www.samajalive.in
Thursday, December 11, 2025
16.1 C
Bhubaneswar

ଦଳ ସହିତ ପ୍ରାର୍ଥୀଙ୍କୁ ବି ପରଖୁଛନ୍ତି ଭୋଟର

ଢେଙ୍କାନାଳ: ମଇ ୨୫ ତାରିଖରେ ଢେଙ୍କାନାଳ ଲୋକସଭା ସମେତ ଢେଙ୍କାନାଳ ଜିଲାର ୪ଟି ବିଧାନସଭା ମଣ୍ଡଳୀ ପାଇଁ ଭୋଟ ଗ୍ରହଣ ହେବାକୁ ଯାଉଛି। ଦିନ ପାଖେଇ ଆସୁଥିବାବେଳେ ଭୋଟରଙ୍କ ମନରେ କିନ୍ତୁ ନିର୍ବାଚନକୁ ନେଇ ସ୍ପୃହା ଦେଖିବାକୁ ମିଳୁନାହିଁ। ବିଭିନ୍ନ ରାଜନୈତିକ ଦଳ ଅପେକ୍ଷା ପ୍ରାର୍ଥୀଙ୍କର ବିଗତ ବର୍ଷଗୁଡିକର କାର୍ଯ୍ୟାବଳୀ ସମ୍ପର୍କରେ ଭୋଟରମାନେ ସମୀକ୍ଷା କରୁଛନ୍ତି। କିଛି ଭୋଟର ବିଭିନ୍ନ ଯୋଜନାରେ ପ୍ରଲୋଭିତ ହୋଇ ଦଳକୁ ବାଛୁଥିଲେ ହେଁ ଅଧିକାଂଶ ପ୍ରାର୍ଥୀତ୍ୱ ଉପରେ ଗୁରୁତ୍ୱ ଦେଉଛନ୍ତି।

ଚଳିତ ନିର୍ବାଚନରେ ଦୁଇ ମୁଖ୍ୟ ପ୍ରତିଦ୍ୱନ୍ଦ୍ବୀ ଭାବେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ସେମାନଙ୍କର ଲୋକସଭା ଓ ବିଧାନସଭାର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। ପ୍ରାର୍ଥୀମାନେ ନିର୍ବାଚନ ମଣ୍ଡଳୀ ବୁଲି ଜନ ସମ୍ପର୍କ ବଢାଇବାକୁ ଚେଷ୍ଟା ଚଳାଇଛନ୍ତି। ଉଭୟ ଦଳ ଅଧିକାଂଶ ପୁରୁଣା ମୁହଁକୁ ନେଇ ଏଥର ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। କେବଳ ବିଜୁ ଜନତା ଦଳ ସାଂସଦ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରି ନୂଆ ମୁହଁ ଭାବେ ଡ. ଅବିନାଶ ସାମଲଙ୍କୁ ପ୍ରାର୍ଥୀ କରିଛି। ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ଟି ନିର୍ବାଚନ ମଣ୍ଡଳୀକୁ ନେଇ ଢେଙ୍କାନାଳ ସଂସଦୀୟ କ୍ଷେତ୍ର ଗଠନ କରାଯାଇଛି। ଅବିନାଶ ସାମଲ ଯୁବ ଉଦ୍ୟୋଗୀ ହୋଇଥିବା ବେଳେ ରାଜନୀତିକୁ ତାଙ୍କର ପ୍ରବେଶ ନୂଆ। ୨୦୧୯ ନିର୍ବାଚନରେ ବିଜୁ ଜନତା ଦଳ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଥିଲା।

- Advertisement -

ଶ୍ରୀ ସାହୁ ନିର୍ବାଚନରେ ଜିତି ଜନସମ୍ପର୍କ ବଜାୟ ରଖିବା ସହିତ ଅଞ୍ଚଳର ବିକାଶ ଦିଗରେ ପ୍ରୟାସ ଜାରି ରଖିଥିଲେ। କିନ୍ତୁ ତାଙ୍କ ଟିକଟ ଏଥର କାଟି ଦିଆଯାଇଥିବାରୁ ଅନେକ ବୁଦ୍ଧିଜୀବୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ବିଜେପିପକ୍ଷରୁ ଲୋକସଭା ପାଇଁ ପ୍ରତିଦ୍ୱନ୍ଦ୍ବିତାକୁ ଓହ୍ଲାଇଥିବା ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି ଜନସମ୍ପର୍କ ଅବ୍ୟାହତ ରଖିଥିଲେ ମଧ୍ୟ ସେ ଭୋଟରଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇ ଆସୁଥିବା କୁହାଯାଉଛି। ବାରମ୍ବାର ପରାଜୟ ସତ୍ତ୍ବେ ଦଳ ଏଥର ତାଙ୍କ ଉପରେ ପୁଣି ଭରସା କରିଛି। ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜୁ ଜନତା ଦଳ ପକ୍ଷରୁ ସୁଧୀର ସାମଲ, କାମାଖ୍ୟାନଗରରୁ ଖଣି ଓ ପୂର୍ତ୍ତମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ପର୍ଜଙ୍ଗରୁ ଡ. ନୃସିଂହଚରଣ ସାହୁଙ୍କୁ ପୁନର୍ବାର ପ୍ରାର୍ଥୀ କରାଯାଇଛି।

କିନ୍ତୁ ହିନ୍ଦୋଳ ବିଧାନସଭା ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ଶାସକ ବିଜୁ ଜନତା ଦଳର ଏହି ପ୍ରାର୍ଥୀଙ୍କର ବିଗତ ଦିନର କାର୍ଯ୍ୟାବଳୀକୁ ଭୋଟରମାନେ ସମୀକ୍ଷା କରୁଛନ୍ତି। ବିଜେପି ପକ୍ଷରୁ ଢେଙ୍କାନାଳ ବିଧାନସଭା ମଣ୍ଡଳୀରୁ କୃଷ୍ଣଚନ୍ଦ୍ର ପାତ୍ର, କାମାଖ୍ୟାନଗରରୁ ଶତୃଘ୍ନ ଜେନା, ପର୍ଜଙ୍ଗରୁ ବିଭୁତି ପ୍ରଧାନ ପ୍ରମୁଖ ପ୍ରାର୍ଥୀ ହୋଇଛନ୍ତି। ସେମାନେ ବିଗତ ନିର୍ବାଚନଗୁଡିକରେ ପରାଜିତ ହେବା ପରେ ଜିଲାର ଉନ୍ନୟନ କାର୍ଯ୍ୟ ପାଇଁ ବିରୋଧୀ ଦଳର ଭୂମିକା କିଭଳି ତୁଲାଇଛନ୍ତି ତାହା ମଧ୍ୟ ଭୋଟରଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। କଂଗ୍ରେସ ଏପର୍ଯ୍ୟନ୍ତ ତା’ର ପ୍ରାର୍ଥୀ ଘୋଷଣା କରିନଥିବା ବେଳେ ନିଜର ଅସ୍ତିତ୍ୱ ବଜାୟ ରଖିବା ପାଇଁ ସଂଘର୍ଷ କରୁଛି। ତେବେ ମନ ପସନ୍ଦ ପ୍ରାର୍ଥୀ ଅଭାବରୁ ନିର୍ବାଚନ ପ୍ରତି ଭୋଟରଙ୍କର ଆଗ୍ରହ ସେଭଳି ପରିଲକ୍ଷିତ ହେଉନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories