www.samajalive.in
Sunday, December 14, 2025
14.1 C
Bhubaneswar

ବଳଦେବଜୀଉ ମନ୍ଦିର ହୁଣ୍ଡି ଦାନ ଅର୍ଥ ଚୋରୀ ମାମଲା, ମୁଖ୍ୟ ଅଭିଯୁକ୍ତଙ୍କ ଫଟୋ ଜାରି କଲା ପୁଲିସ

କେନ୍ଦୁଝରଗଡ଼: କେନ୍ଦୁଝରର ରାଷ୍ଟ୍ରଦେବ ପ୍ରଭୁ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପରିସରରେ ଥିବା ହୁଣ୍ଡିରୁ ଦାନ ଅର୍ଥ ଓ ସାମଗ୍ରୀକୁ ଗତ ମାର୍ଚ୍ଚ ୨୯ ତାରିଖ ରାତିରେ ହୋଇଥିବା ଚୋରି ଘଟଣାର ମୁଖ୍ୟ ଅଭିଯୁକ୍ତର ଫଟୋ ଜାରି କରିଛି ପୁଲିସ ପ୍ରଶାସନ। ଜାରି କରାଯାଇଥିବା ମୁଖ୍ୟ ଅଭିଯୁକ୍ତ ଚିହ୍ନଟ କରିବା ସହ ସୂଚନା ପ୍ରଦାନକାରୀକୁ ୫ ହଜାର ଟଙ୍କା ପୁରସ୍କାର ଦିଆଯିବା ନେଇ ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର କହିଛନ୍ତି। ଚୋର ମନ୍ଦିର ପ୍ରବେଶ ଦ୍ୱାର ମୁଁହରେ ଥିବା ହୁଣ୍ଡିକୁ ତାଡି ଟଙ୍କା ସବୁ ନେଇଯାଇଥିବା ବେଳେ ପୁରୁଣା ଟଙ୍କା ଏବଂ ଖୁଚୁରା ପଇସା ସବୁ ଫିଙ୍ଗି ଦେଇ ଯାଇଥିବା ସିସିଟିଭି ଫୁଟେଜରୁ ସ୍ପଷ୍ଟ ଜଣାପଡୁଛି। ଗତ ରଥଯାତ୍ରା ପରଠାରୁ ହୁଣ୍ଡି ଖୋଲା ଯାଇନଥିବାରୁ ଏଥିରେ ଲକ୍ଷାଧିକ ଟଙ୍କା ଓ ମୂଲ୍ୟବାନ ସାମଗ୍ରୀ ଥିବା ଅନୁମାନ କରାଯାଉଛି ।

ଖବରପାଇ ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ଏ ସମ୍ପର୍କରେ ଜିଲାପାଳ ଓ ଏସପି ଙ୍କୁ ଅବଗତ କରିଥିଲେ । ଏସପି ତୁରନ୍ତ ମନ୍ଦିରରେ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ମନ୍ଦିରରେ ଲାଗିଥିବା ଅନ୍ୟ ଏକ ସିସିଟିଭିରେ ଏହି ଘଟଣାର ସମ୍ପୂର୍ଣ୍ଣ ଚିତ୍ର ଉତ୍ତୋଳନ ହୋଇଥିଲା। ଯାହାକୁ ଦେଖିବା ପରେ ପୁଲିସ ଏହି ସିସିଟିଭିକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।

- Advertisement -

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଦୁର୍ବୁତ୍ତମାନେ ପ୍ରଥମେ ମନ୍ଦିରକୁ ସଂଯୋଗ ହୋଇଥିବା ବିଦ୍ୟୁତ୍‌‌ ତାରକୁ କାଟିଛନ୍ତି । ତାପରେ ରାତି ୧ଟା ୪୫ରୁ ୨ ଟା ୧୫ ମଧ୍ୟରେ ଏହି ଚୋରି ଘଟାଇଛନ୍ତି । ମନ୍ଦିର ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ ଏହି ସମୟରେ ଶୋଇଥିବା ସୁଯୋଗ ନେଇ ଦୁର୍ବୁତ୍ତମାନେ ଏହି କାଣ୍ଡ ଘଟାଇଥିଲେ ।

ପୁଲିସ ବିଭିନ୍ନ ସିସିଟିଭି ଯାଞ୍ଚ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ ନିମନ୍ତେ ଚଢ଼ଉ ଜାରି ରଖିଥିବା ଏସ୍‌‌.ପି ଶ୍ରୀ କୁଶଲକର କହିଛନ୍ତି। ଏ ସମ୍ପର୍କରେ ଏସପି ଶ୍ରୀ କୁଶଲକର ମିନିକନଫରେନ୍ସହଲ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକଙ୍କୁ ମୁଖ୍ୟ ଅଭିଯୁକ୍ତର ଫଟୋ ଦେଖାଇ ଏହାକୁ ଚିହ୍ନଟ କରି ଧରିବାରେ ସହଯୋଗ ପାଇଁ ଅପିଲ କରିଥିବା ବେଳେ ଅଭିଯୁକ୍ତ ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କ ନାମ ଗୋପନ ରଖିବା ସହ ତାଙ୍କୁ ୫ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କହିଛନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories