www.samajalive.in
Sunday, December 14, 2025
23.1 C
Bhubaneswar

ଜୟା କିଶୋରୀଙ୍କ କାନର ଝୁମକା ଦାମ୍ ଏତେ, ଲୁଚି ଲୁଚି କିଣିବାକୁ ଯାଆନ୍ତି…

ନୂଆଦିଲ୍ଲୀ : ପ୍ରସିଦ୍ଧ ପ୍ରବଚିକା ଜୟା କିଶୋରୀଙ୍କୁ କିଏ ବା ନଜାଣେ । ଜୟାଙ୍କ ଭଜନ ଏବଂ ପ୍ରେରଣାଦାୟୀ ବଚନ ଯୋଗୁଁ ତାଙ୍କ ଭିଡିଓ ବେଶ୍ ଭାଇରାଲ ହୋଇଥାଏ । ସାରା ଦେଶରେ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ସମସ୍ତେ ତାଙ୍କ ବିଷୟରେ ଜାଣିବା ପାଇଁ ବେଶ୍ ଇଛା ପ୍ରକାଶ କରନ୍ତି । ତାଙ୍କ ପସନ୍ଦ, ନାପସନ୍ଦ, ଶିକ୍ଷା, ଆୟ ଆଦି ସମ୍ପର୍କରେ ଜାଣିବା ପାଇଁ ଯୁବପିଢି ବେଶ୍ ଆଗ୍ରହୀ । ତେବେ ଆଜି ଆମେ ତାଙ୍କର ଏକ ପ୍ରିୟ ଜିନିଷ ବିଷୟରେ କହିବୁ, ଯାହା ଜୟା ବେଶ୍ ପସନ୍ଦ କରନ୍ତି । ଜୟାଙ୍କୁ ସୁନ୍ଦର କାନ ଝୁମକା ପିନ୍ଧିବାକୁ ଭଲଲାଗେ । ଆସନ୍ତୁ ଜାଣିବା ତାଙ୍କର କାନ ଝୁମକାର ଦାମ୍ କେତେ…

ତାଙ୍କର ସବୁ ଭିଡିଓରେ ଆପଣ ତାଙ୍କୁ ସୁନ୍ଦର କାନ ଝୁମକା ପିନ୍ଧିଥିବା ଦେଖିଥିବେ । ଏହା ତାଙ୍କୁ ବେଶ୍ ପସନ୍ଦ । ନିକଟରେ ସେ ଏକ ଜାତୀୟ ଗଣମାଧ୍ୟମରେ ସାକ୍ଷାତକାର ଦେଉଥିଲେ । ଏହି ସମୟରେ ତାଙ୍କ କାନର ଝୁମକା ବହୁତ ପସନ୍ଦ ବୋଲି ସେ କହିଥିଲେ । ସେ ନିଜେ ଯାଇ କାନର ଝୁମକା କିଣନ୍ତି ଏବଂ ଏହାର ଦାମ୍ ପ୍ରାୟ ୨୦୦ରୁ ୫୦୦ ମଧ୍ୟରେ ହୋଇଥାଏ । ଯେବେ ସେ ଏହା କିଣିବାକୁ ଯାଆନ୍ତି ଏକାଥରେ ୧୦-୧୫ ଭିନ୍ନ ପ୍ରକାର ଝୁମକା କିଣିଦିଅନ୍ତି ବୋଲି ସେ ଜଣାଇଥିଲେ । ସେ ଏହା ମଧ୍ୟ କହିଥିଲେ କି କାଳେ ବଜାରରେ କିଏ ତାଙ୍କୁ ଚିହ୍ନିଦେବ ସେଥିପାଇଁ ସେ ମାସ୍କ ପିନ୍ଧି ଯାଇଥାନ୍ତି । ତାଙ୍କୁ ଦେଖି ତାଙ୍କ ପ୍ରଶଂସକ ଭିଡ ଲଗାଇ ଦିଅନ୍ତି ଯାହା ଫଳରେ ତାଙ୍କୁ ହଇରାଣ ହେବାକୁ ପଡେ । କିନ୍ତୁ କରୋନା ଆସିବା ପରଠୁ ସେ ବଜାର ଗଲେ ମାସ୍କ ଲଗାଇ ଦିଅନ୍ତି ଏବଂ କେହି ତାଙ୍କୁ ଚିହ୍ନିପାରନ୍ତିନି ବୋଲି ଜୟା କହିଥିଲେ ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories