www.samajalive.in
Saturday, December 13, 2025
26.1 C
Bhubaneswar

ମିଳିଲା ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁ

ଭୁବନେଶ୍ବର : ମିଳିଲା ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁ । ବାଲେଶ୍ବର ଜିଲା ମୁଖ୍ୟ ହସ୍ପିଟାଲରୁ ଶିଶୁ ପୁତ୍ର ଚୋରି ଘଟଣାରେ ଶିଶୁ ପୁତ୍ର ମିଳିବା ସହ ଜଣେ ମହିଳାଙ୍କୁ ଅଟକ ରଖିଛି ପୁଲିସ । ଗତକାଲି ହସ୍ପିଟାଲରୁ ଶିଶୁ ପୁତ୍ର ଗାଏବ ହେବା ଘଟଣା ସମସ୍ତଙ୍କୁ ଚକିତ କରିଥିଲା । ଶିଶୁ ଚୋରି ହେବା ନେଇ ତା ପିତା-ମାତା ଥାନାରେ ଅଭିଯୋଗ କରିଥିଲେ । ସୂଚନା ଅନୁସାରେ ଶିଶୁର ପିତା-ମାତା ବାଲିଆପାଳ ଆଠବାଟିଆର ଅଧିବାସୀ । ସପ୍ତାହେ ତଳେ ମହିଳା ଜଣକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । ତେବେ ଚିକିତ୍ସା ଚାଲିଥିବା ସମୟରେ କେହି ପିଲାକୁ ଚୋରି କରିନେଇଥିବା ଅଭିଯୋଗ ଆଣିଥିଲେ ଦମ୍ପତି । ଅଭିଯୋଗ ପରେ ସାରା ରାତି ଖୋଜାଖୋଜି କରିବା ପରେ ଦୁର୍ଗାଦେବୀରୁ ଶିଶୁ ପୁତ୍ର ମିଳିଥିଲା । ପିଲାକୁ ଜଣେ ମହିଳା ଚୋରି କରି ନେଇଯାଇଥିବା ଜଣାପଡିଥିଲା । ତେବେ ମହିଳାଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories