www.samajalive.in
Saturday, December 13, 2025
26.1 C
Bhubaneswar

ବୁଲୁଛି ଗୋଠ ଛଡା ଦନ୍ତା,୨ଟି ଘର ଭାଙ୍ଗିଲା

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳରେ ଗତ କିଛିଦିନ ଧରି ଗୋଟିଏ ଗୋଠ ଛଡା ଦନ୍ତା ଅଞ୍ଚଳରେ ଉପଦ୍ରବ ଚଳାଇଛି। ଆଜି ଭୋରରୁ ଦନ୍ତାଟି ଖଡିକାପଦା ହୁଡି ସାହିର ଭଜ ମୁଣ୍ଡାଙ୍କ ଘରର ଗୋଟିଏ ପାର୍ଶ୍ୱ କାନ୍ଥ ଭାଙ୍ଗି ଧାନ ଚାଉଳ ଖାଇ ନଷ୍ଟ କରିଛି।‌ ଏହା ସହ ହରିଡାଗୋଠ ଗ୍ରାମର ହେମଲତା ମୁଣ୍ଡାଙ୍କ ଘରର କାନ୍ଥ ଭାଙ୍ଗି ଦେଇଛି। ଏହା ସହ ବିଭିନ୍ନ ସ୍ଥାନରେ ପନିପରିବା ଚାଷ ନଷ୍ଟ କରିଛି। ଏହି ଦନ୍ତାଟି ସନ୍ଧ୍ୟାରେ ତଣ୍ଡୋ ବିଟର ଘାଟବାଲିଯୋଡି ଗାଁ ନିକଟରେ ବୁଲୁଥିବା ଜଣାପଡିଛି। ଗୋଠଛଡା ଦନ୍ତା ଭୟରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବାବେଳେ ଆଖପାଖ ଗାଁରେ ତାଟି କବାଟ ପଡ଼ିଯାଇଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories