www.samajalive.in
Saturday, December 13, 2025
26.1 C
Bhubaneswar

ଫୋନ୍ କରି ଛଟେଇ ଆରମ୍ଭ କଲା ବାୟଜୁସ, ୫୦୦ କର୍ମଚାରୀଙ୍କୁ ବିଦା କଲା

ନୂଆଦିଲ୍ଲୀ : ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ଆଡଟେକ୍ କମ୍ପାନୀ ବାୟଜୁସ ଏବେ ଫୋନ୍ କଲରେ କର୍ମଚାରୀଙ୍କୁ ଛଟେଇ କରିବା ଆରମ୍ଭ କରିଦେଇଛି । ବାୟଜୁସର ଆର୍ଥିକ ସମସ୍ୟା ଏତେ ଖରାପ  କି କମ୍ପାନୀ କୌଣସି କର୍ମଚାରୀଙ୍କ କାମକୁ ସମୀକ୍ଷା ମଧ୍ୟ କରୁନି କିମ୍ବା ନୋଟିସ୍ ପିରିୟଡ୍ ମଧ୍ୟ ଦେଉନି । ସିଧା ଫୋନ୍ କରି କର୍ମଚାରୀଙ୍କୁ ଚାକିରିରୁ ବାହାର କରୁଛି ।

ଏହି ପର୍ଯ୍ୟାୟରେ ବାୟଜୁସ ପ୍ରାୟ ୫୦୦ ଲୋକଙ୍କୁ ଚାକିରିରୁ ବାହାର କରିଦେଇଛି । କହିରଖୁଛୁ କମ୍ପାନୀ ଛଟେଇ ୨୦୨୨ ମସିହାରୁ ଆରମ୍ଭ କରିଛି । ଗତ ୨ ବର୍ଷରେ କମ୍ପାନୀ ୧୦ ହଜାର କର୍ମଚାରୀଙ୍କୁ ଚାକିରିରୁ ବିଦା କରିସାରିଲାଣି । ବର୍ତ୍ତମାନ କମ୍ପାନୀରେ ମାତ୍ର ୧୪ ହଜାର କର୍ମଚାରୀ ଅଛନ୍ତି । ଛଟେଇର କାରଣ ଆର୍ଥିକ ସମସ୍ୟା ବୋଲି କମ୍ପାନୀ ସୂଚନା ଦେଇଛି । କମ୍ପାନୀର ମୁଖପାତ୍ର କହିଛନ୍ତି କି ଅକ୍ଟୋବର ୨୦୨୩ରେ କର୍ମଚାରୀଙ୍କ ଢାଞ୍ଚାରେ କିଛି ପରିବର୍ତ୍ତନ କରାଯାଇଥିଲା ଯାହା ଫଳରେ କମ୍ପାନୀର ଖର୍ଚ୍ଚ କମାଇହେବ । କମ୍ପାନୀ ଆର୍ଥିକ ସମସ୍ୟା ଦେଇ ଗତିକରୁଛି ଏବଂ ଏହାର ପ୍ରଭାବ ପ୍ରତି କର୍ମଚାରୀଙ୍କ ଉପରେ ପଡୁଛି ବୋଲି ସେ କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories