www.samajalive.in
Monday, December 8, 2025
20.1 C
Bhubaneswar

ବିଗୁଡୁଛି ଇଡି ଖେଳ – ସଞ୍ଜୟଙ୍କୁ ଜାମିନ ପରେ ବଢ଼ିଲା ଆଶା, କେଜ୍ରିୱାଲଙ୍କୁ କେବେ

ଡେସ୍କ: ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଆମ ଆଦମୀ ପାର୍ଟି ସାଂସଦ ତଥା ଉତ୍ତରପ୍ରଦେଶ, ଓଡିଶା ଓ ରାଜସ୍ଥାନର ଦଳୀୟ ମୁଖପାତ୍ର ସଞ୍ଜୟ ସିଂହକୁ ଜାମିନ ମିଳିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ମିଳିବା ନେଇ ଦଳୀୟ କର୍ମୀଙ୍କ ମଧ୍ୟରେ ଆଶା ସଂଚାର ହୋଇଛି। ଏହି ମାମଲାରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ – ଇଡି ବାରମ୍ବାର ଜାମିନକୁ ବିରୋଧ କରୁଥିବା ବେଳେ ଆଜି ଶୁଣାଣି ସମୟରେ ଇଡିର ଓକିଲ ଆଦୌ ବିରୋଧ କରିନଥିଲେ।

ସଫାରି ସମୟରେ ଭିଡିଓ କରୁଥିଲେ ପର୍ଯ୍ୟଟକ: ବୁଦା ଭିତରୁ ଡେଇଁଲା ବାଘ, ତା’ପରେ.. ଦେଖନ୍ତୁ ଭିଡିଓ..

- Advertisement -

ରାଜନୈତିକ ବିଶ୍ଳେଷକ ଓ ଆଇନଜୀବୀଙ୍କ କହିବା ଅନୁଯାୟୀ ଯଦି ଇଡି ସଞ୍ଜୟ ସିଂହଙ୍କୁ ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସମ୍ପୃକ୍ତି ଥିବା ନେଇ ସୁରାକ ପାଇଥାନ୍ତା ତେବେ ଜାମିନକୁ ବିରୋଧ କରିଥାନ୍ତା। କିନ୍ତୁ ଇଡି ପକ୍ଷରୁ ଏହାକୁ ବିରୋଧ ନ କରାଯିବା ଯୋଗୁ ମାମଲାରେ ସଞ୍ଜୟଙ୍କ ବିରୋଧରେ ଅପାତତଃ କୌଣସି ସୁରାକ ପାଇନଥିବା କୁହାଯାଉଛି।

ଓଡିଶାର ୮ଟି ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

୨୦୨୩ ଅକ୍ଟୋବର ୪ରେ ଇଡି ଦ୍ୱାରା ଗିରଫ ହେବା ପରେ ସଞ୍ଜୟଙ୍କୁ ଇଡି ରିମାଣ୍ଡରେ ନେଇ ଅନେକ ଥର ପଚରାଉଚୁରା କରିଥିବା ବେଳେ ଗତ ୬ ମାସ ମଧ୍ୟରେ କୌଣସି ସୁରାକ ନ ପାଇବା ଇଡିର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅନ୍ୟପକ୍ଷରେ କୌଣସି ପ୍ରମାଣ ନ ଥାଇ କେବଳ ରାଜନୈତିକ ଚାପରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିବାରୁ ତାଙ୍କୁ ମଧ୍ୟ ଜାମିନ ମିଳିଯିବ ବୋଲି ରାଜନୈତିକ ବିଶ୍ଳେଷକ ମାନେ କହିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories