www.samajalive.in
Monday, December 8, 2025
27.1 C
Bhubaneswar

ବୃଦ୍ଧଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା; ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା କାହାପାଇଁ

ଲାଞ୍ଜିଗଡ଼: ସରକାର ସମାଜରେ ଗରିବ ତଥା ଅସହାୟ ଅବସ୍ଥାରେ ରହୁଥିବା ଲୋକଙ୍କୁ ସହାୟତା ଯୋଗାଇବା ପାଇଁ ଆଣିଛନ୍ତି ବିଭିନ୍ନ ଆର୍ଥିକ ସହାୟତା ଯୋଜନା। ଏସବୁ ଯୋଜନା ମାଧ୍ୟମରେ ଗରିବ ଅସହାୟ ଲୋକମାନେ ପାଇଥାଆନ୍ତି ବିଭିନ୍ନ ସୁବିଧା । କିନ୍ତୁ ପ୍ରଶାସନିକ ଅଧିକାରୀ ଅବା ସ୍ଥାନୀୟ ଜନପ୍ରତିନିଧିଙ୍କ ଉଦାସୀନତା ମନୋଭାବ ଯୋଗୁଁ ଆଜିବି ସମାଜରେ ସାହାଯ୍ୟ ବିନା ପଡିରହିଛନ୍ତି ଅନେକ ଗରିବ ଅସହାୟ ଲୋକ। ବାର୍ଦ୍ଧକ୍ୟ ଭତ୍ତା ହେଉ କି ବିଧବା ଭତ୍ତା ଅବା ଭିନ୍ନକ୍ଷମ ଭତ୍ତା ଆଜିବି ପ୍ରକୃତ ହିତାଧିକାରୀ ଚୟନରୁ ବଞ୍ଚିତ ହେଉଛନ୍ତି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ଅଧ୍ୟୁଷିତ ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ତୁର୍କା ଗାଁର ବୃଦ୍ଧ କୁଣ୍ଡୁ ମାଝୀ ହେଉଛନ୍ତି ଏଭଳି ଏକ ଉଦାହରଣ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଉପଯୁକ୍ତ ବୟସ ସୀମା ୬୫ ବର୍ଷ ହୋଇଥିବା ବେଳେ ଏପର୍ୟ୍ୟନ୍ତ ତାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତ୍ତା। ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ ଥିବା ୬୫ ବର୍ଷୀୟା ବୃଦ୍ଧା କୁଣ୍ଡୁ ଭତ୍ତା ଖଣ୍ଡିକ ପାଇଁ ୱାର୍ଡ ମେମ୍ବର,ସରପଞ୍ଚ ଯମୁନା ମାଝୀ, ତତ୍କାଳୀନ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ କେହି ଶୁଣିନଥୁବା କହିଛନ୍ତି କୁଣ୍ଡୁ ମାଝୀ।ଏନେଇ ପୁଅ ନବୀନ ମାଝୀ ମଧ୍ୟ ବାପାଙ୍କ ଭତ୍ତା ପାଇଁ ବ୍ଳକକୁ ବାରମ୍ବାର ଯାଇ ଗୁହାରୀ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି କହିଛନ୍ତି। ଏନେଇ ଲାଞ୍ଜି ପଞ୍ଚାୟତ ପିଇଓ ସାଧୁରାମ ସାହୁଙ୍କୁ ପଚାରିବାରୁ ତାଙ୍କ କାଗଜପତ୍ରରେ କୌଣସି ତ୍ରୁଟି ଥାଇପାରେ। ସେମାନେ ତାଙ୍କ କାଗଜପତ୍ର ମତେ ଦେଲେ ଦେଖିକି ଶୀଘ୍ର ଭତ୍ତା ପାଇବା ପାଇଁ ଚେଷ୍ଟା କରିବି ବୋଲି ପ୍ରକାଶ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories