www.samajalive.in
Friday, December 12, 2025
27.1 C
Bhubaneswar

ଆନ୍ତଃରାଜ୍ୟ ସମନ୍ଵୟ ବୈଠକ: ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା

ଭୁବନେଶ୍ବର: ଆସନ୍ତା ମଇ ଓ ଜୁନ ମାସରେ ରାଜ୍ୟରେ ଚାରୋଟି ପର୍ୟ୍ୟାୟରେ ସାଧାରଣ ନିର୍ବାଚନ–୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ କ୍ୟାମ୍ପ କାର୍ୟ୍ୟାଳୟଠାରେ ଭିଡିଓ କନଫରେନସିଂ ଜରିଆରେ ପଡୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ଆନ୍ତଃରାଜ୍ୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର
ଷଡ଼ଙ୍ଗୀଙ୍କ ସମେତ (ଗୁଇନ୍ଦା) ନିର୍ଦ୍ଦେଶକ,  ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା), ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ), ଏସ. ଦେବଦତ୍ତ ସିଂ,ଆଇ.ଜି.ପି (ଗୁଇନ୍ଦା), ଶ୍ରୀ ଅନୁପ ସାହୁ, ଡି.ଆଇ.ଜି.ପି (ଏସଆଇଡବ୍ଲୁ), ଡ଼ଃ ଉମାଶଙ୍କର ଦାଶଙ୍କ ସମେତ ବିଭିନ୍ନ ରେଞ୍ଜର ଆଇ.ଜି, ଡି.ଆଇ.ଜି ଏବଂ ସୀମାବର୍ତ୍ତି ଜିଲ୍ଲା ଗୁଡିକର ଏସ.ପି ମାନେ ବୈଠକରେ ଉପସ୍ଥିତ ଥିଲେ । ସେହିପରି ଆନ୍ଧ୍ରପ୍ରଦେଶର ଡିଜିପି ଶ୍ରୀ କେ. ଭି ରାଜେନ୍ଦ୍ରନାଥ ରେଡ୍ଡୀ, ଏଡିଜି (ମୁଖ୍ୟାଳୟ) ଏସ. ବାଗଚୀ, ଏଡିଜିପି( ଗ୍ରେହାଉଣ୍ଡ)ଙ୍କ ସମେତ ସୀମାନ୍ତ ଜିଲ୍ଲା ଗୁଡିକର ଏସ.ପି ମାନେ ବୈଠକରେ ଉପସ୍ଥିତ ଥିଲେ।

ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ସମସ୍ତ ନିୟମାବଳୀକୁ ସଠିକ ଭାବେ ପାଳନ କରାଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଉଭୟ ରାଜ୍ୟର ସୀମାନ୍ତ ଜିଲା ଗୁଡିକରେ ଶାନ୍ତିପୂର୍ଣ୍ଣ , ଅବାଧ, ଅପରାଧମୁକ୍ତ ଏବଂ ନିରପେକ୍ଷତାର ସହ ନିର୍ବାଚନ ପରିଚାଳନା କରାଯିବା ସମ୍ପର୍କରେ ବରିଷ୍ଠ ପୁଲିସ ଅଧିକାରୀମାନେ ମତବ୍ୟକ୍ତ କରିଥିଲେ । ବିଶେଷ କରି ଓଡିଶାର ବ୍ରହ୍ମପୁର,ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଜିଲ୍ଲାର ସୀମା ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ସହିତ ଲାଗି ରହିଛି । ଉପରୋକ୍ତ ସୀମାନ୍ତ ଜିଲା ଗୁଡିକରେ ସୀମା ତନଖୀ ଫାଟକରେ କଡାକଡି ଯାଞ୍ଚ, ସଂବେଦନଶୀଳ ସ୍ଥାନ ଗୁଡିକରେ ଯାନବାହନ ଯାଞ୍ଚ, ଅବକାରୀ ଧରପଗଡ, ବେଆଇନ ମାରଣାସ୍ତ୍ର, ବେଆଇନ ମଦ କାରବାର, ବେଆଇନ ନିଶା କାରବାର, ବେଆଇନ ଟଙ୍କା କାରବାର ଉପରେ ରୋକ ଲଗାଯିବା ଉପରେ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରିବାକୁ ବୈଠକରେ ବିଶଦ ଭାବେ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ଉଭୟ ରାଜ୍ୟର ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।
ଏହା ସହ ଉଭୟ ରାଜ୍ୟର ଚେକ ପୋଷ୍ଟ ଗୁଡିକରେ ସିସିଟିଭି ଲଗା ଯିବାର ବ୍ୟବସ୍ଥା କରାଯିବ ବୋଲି ମତ ପ୍ରକାଶ ହୋଇଥିଲା। ମାଦକ ଦ୍ରବ୍ୟ ଚୋରା ଚାଲାଣର ସମ୍ବେଦନଶୀଳ ସ୍ଥାନ ଚି଼ହ୍ନଟ କରାଯାଇ ଚଢଉ କରାଯିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

- Advertisement -

ଧାର୍ଯ୍ୟ ହୋଇଥିବା ନିର୍ବାଚନ ତାରିଖର ୪୮ ଘଣ୍ଟା ପୂର୍ବରୁ ଉଭୟ ରାଜ୍ୟର ସୀମାକୁ ସମ୍ପୂର୍ଣ ଭାବେ ବନ୍ଦ କରାଯାଇ କଡାକଡି ଯାଞ୍ଚ କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏହାସହ ଉଭୟ ରାଜ୍ୟର ମାଓ ପ୍ରବଣ ଜିଲ୍ଲାଗୁଡିକରେ ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ସମାପ୍ତ କରାଯିବ । ନିର୍ବାଚନ ସମ୍ପର୍କିତ ହିଂସାକୁ ରୋକିବାକୁ ସ୍ଵତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏହା ବ୍ୟତୀତ ଉଭୟ
ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଗୁଇନ୍ଦା ତଥ୍ୟ ଆଦାନ ପ୍ରଦାନ, ସମାଜିକ ଗଣ ମାଧ୍ୟମରେ ମିଥ୍ୟା ଖବର ପରିବେଷଣ, ୟୁପିଆଇ ଆଇଡି ମାଧ୍ୟମରେ ଟଙ୍କା ଦେଣ ନେଣ, ଟ୍ରେନରେ ଗଂଜେଇ ଚୋରା ଚାଲାଣ, ସାପ୍ତାହିକ ବୈଠକ, ସାଇବର ଅପରାଧ ରୋକିବାକୁ ସ୍ଵତନ୍ତ୍ର ଯୋଜନା, ସଂବେଦନଶୀଳ ସ୍ଥାନ ଓ ପୋଲିଂ ବୁଥଗୁଡିକର ଚିହ୍ନଟ, ୱାରେଣ୍ଟ ଥିବା ଅପରାଧୀ ଏବଂ ଅଭ୍ୟାସଗତ ଅପରାଧୀଙ୍କୁ ଗିରଫ ପାଇଁ ସ୍ଵତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି ବୈଠକରେ ମତପ୍ରକାଶ ପାଇଥିଲା ।

Hot this week

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

Related Articles

Popular Categories