www.samajalive.in
Thursday, December 11, 2025
13.1 C
Bhubaneswar

ଫଟୋ ପରିଚୟପତ୍ର ଦେଖାଇ ଭୋଟ ଦେଇପାରିବେ ଭୋଟର

ଭୁବନେଶ୍ୱର: ଭାରତରେ ସାଧାରଣ ନିର୍ବାଚନ-୨୦୨୪ ପରିପ୍ରେକ୍ଷୀରେ ଭୋଟର ତାଲିକାରେ ନାମ ପଞ୍ଜିକରଣ ହୋଇଥ#ଲେ ଭୋଟର ଭୋଟ ଗ୍ରହଣ କେନ୍ଦ୍ରରେ ଭୋଟର ଫଟୋ ପରିଚୟ ପତ୍ର ଦେଖାଇ ଭୋଟ ଦେଇପାରିବୋ ଯଦି ଭୋଟର ଫଟୋ ପରିଚୟ ପତ୍ର ଦେଖାଇବାକୁ ସମର୍ଥ ନହେବେ ତେବେ ନିମ୍ନ ନିର୍ଦ୍ଧାରିତ ୧୨ଟି ବିକଳ୍ପ ଫଟୋ ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇ ଭୋଟ ଦେଇପାରିବୋ ଉକ୍ତ ବିକଳ୍ପ ପରିଚୟ ପତ୍ରଗୁଡ଼ିକ ହେଲା ଆଧାର କାର୍ଡ, ମହାତ୍ମା ଗାନ୍ଧୀ ଜାତୀୟ ରୋଜଗାର ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) କାର୍ଡ, ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରୁ ଦିଆଯାଇଥିବା ଫଟୋ ଲାଗିଥିବା ପାସବୁକ, ଶ୍ରମ ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ସ୍ୱାସ୍ଥ୍ୟବୀମା ସ୍ମାର୍ଟ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍ କାର୍ଡ, ଏନପିଆର୍ ଅନ୍ତର୍ଗତ ଆରଜିଆଇ ଦ୍ୱାରା ଦିଆଯାଇଥିବା ସ୍ମାର୍ଟ କାର୍ଡ, ଭାରତୀୟ ପାସ୍ପୋର୍ଟ, ଫଟୋ ସହିତ ପେନସନ ଡକ୍ୟୁମେଣ୍ଟ, କେନ୍ଦ୍ର ସରକାର/ରାଜ୍ୟ ସରକାର/ ସରକାରୀ ଉଦ୍ୟୋଗ/ ପବ୍ଲିକ୍ ସେକ୍ଟର ଅଣ୍ଡରଟେକିଂ/ ପବ୍ଲିକ୍ ଲିମିଟେଡ୍ କମ୍ପାନୀ ତରଫରୁ କର୍ମଚାରୀମାନଙ୍କୁ ପ୍ରଦାନ କରାଯାଇଥିବା ଫଟୋ ଲାଗିଥିବା ପରିଚୟ ପତ୍ର, ସାଂସଦ/ବିଧାୟକ/ବିଧାନ ପରିଷଦ ସଦସ୍ୟଙ୍କୁ ପ୍ରଦାନ କରାଯାଇଥିବା ସରକାରୀ ପରିଚୟ ପତ୍ର, ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ତରଫରୁ ପ୍ରଦାନ କରାଯାଇଥିବା ୟୁନିକ୍ ଡିଜାବିଲିଟି ପରିଚୟ ପତ୍ର (ସ୍ୱତନ୍ତ୍ର ଭିନ୍ନକ୍ଷମ ପରିଚୟ ପତ୍ର)।

ଭୋଟର ଫଟୋ ପରିଚୟ ପତ୍ର ଦେଖାଇ ନପାରିଲେ ଉପରୋକ୍ତ ୧୨ଟି ଫଟୋ ପରିଚୟ ପତ୍ର ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟ ପତ୍ର ଦେଖାଇ ମତଦାନ କେନ୍ଦ୍ରରେ ମତଦାତାମାନେ ଭୋଟ ଦେଇପାରିବେ ବୋଲି ଭାରତ ନିର୍ବାଚନ କମିଶନ ନିର୍ଦ୍ଦେଶନାମା ଜାରି କରିଛନ୍ତି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧ#କାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।

- Advertisement -

ନିର୍ଦେଶନାମାରେ ଆହୁରି ମଧ୍ୟ ଉଲ୍ଲେଖ କରାଯାଇଛି-ଯଦି ଭୋଟର ଫଟୋ ପରିଚୟ ପତ୍ରରେ ମୁଦ୍ରଣଗତ ତ୍ରୁଟି ଥାଏ ତାହା ଗ୍ରହଣୀୟ ହେବା ଯଦି କୌଣସି ବୁଥ୍ରେ ଭୋଟର ତାଲିକାରେ ନାମ ପଞ୍ଜିକୃତ ହୋଇଥ#ବ ଏବଂ ଅନ୍ୟ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କ ଦ୍ୱାରା ଭୋଟର ଫଟୋ ପରିଚୟ ପତ୍ର ଦିଆଯାଇଥାଏ ତାହା ମଧ୍ୟ ଗ୍ରହଣୀୟ ହେବା ଏ କ୍ଷେତ୍ରରେ ଯଦି ଭୋଟରଙ୍କ ଚେହେରା ଭୋଟର ଫଟୋ ପରିଚୟ ପତ୍ରରେ ଥିବା ଫଟୋ ସହ ମିଶୁ ନଥିବ ତେବେ ଭୋଟର ବିକଳ୍ପ ୧୨ଟି ଫଟୋ ପରିଚୟ ପତ୍ର ମଧ୍ୟରୁ ଗୋଟିଏ ଦେଖାଇ ନିଜର ପରିଚୟ ପ୍ରମାଣ କରି ଭୋଟ ଦେଇପାରିବୋ ବିଦେଶରେ ରହୁଥ#ବା ଭାରତୀୟ ମାନେ ନିଜର ମୂଳ ପାସ୍ପୋର୍ଟ ଦେଖାଇ ଭୋଟ ଦେଇପାରିବେ ବୋଲି ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

ରିଟର୍ଣ୍ଣିଂ ଅଫିସରମାନେ ଏ ସଂପର୍କରେ ସମସ୍ତ ପ୍ରିଜାଇଡିଂ ଅଫିସରମାନଙ୍କୁ ଅବଗତ କରାଇବା ସହ ଭାରତ ନିର୍ବାଚନ କମିଶନଙ୍କ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ପ୍ରଦାନ କରିବା ତଥା ପ୍ରତି ବୁଥରେ ଉପଲବ୍ଧ କରାଇବାକୁ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ ସାଧାରଣ ନିର୍ବାଚନରେ ମତଦାନ ହାର ବୃଦ୍ଧି କରିବା ତଥା ଭୋଟରମାନଙ୍କୁ ଅଧିକ ସଚେତନ କରାଇବା ଉଦ୍ଦେଶ୍ୟରେ ମତଦାନ ତାରିଖର ୫ ଦିନ ପୂର୍ବରୁ ଭୋଟରମାନଙ୍କୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମତଦାନ କେନ୍ଦ୍ର, ମତଦାନ ତାରିଖ ଓ ସମୟ ଇତ୍ୟାଦି ସୂଚନା ଜଣାଇବା ଉଦ୍ଦେଶ୍ୟରେ “ଭୋଟର ସୂଚନା ସ୍ଲିପ୍’ ପ୍ରଦାନ କରାଯିବାର ବ୍ୟବସ୍ଥା କରିବା ପାଇଁ ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories