www.samajalive.in
Saturday, December 13, 2025
26.1 C
Bhubaneswar

ବିଜେପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ  କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କର ପ୍ରଚାର

 

ବିଜେପୁର: ବିଜେପୁରରେ ଉପ ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ସେଠାରେ ନିର୍ବାଚନୀ ବାତବରଣ ଆହୁରି ସରଗରମ ହୋଇ ପଡୁଛି । ଆଗରୁ ବିଜେପି ଓ ବିଜେଡିର ତାରକା ପ୍ରଚାରକମାନେ ଦିନ ରାତି ଏକ କରି ପ୍ରଚାର କରୁଥିବା ବେଳେ ମଙ୍ଗଳବାରରେ ନିର୍ବାଚନ ରଣାଙ୍ଗନରେ ପ୍ରଚାର ପାଇଁ  ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେପି ପାଇଁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଓହ୍ଲାଇଛନ୍ତି । ବରପାଲିରେ ନବୀନ ପଟ୍ଟନାୟକ ଏକ ନିର୍ବାଚନୀ ସଭାକୁ ଉଦ୍‌ବୋଧନ ଦେଇଥିବା ବେଳେ ଗାଇସିଲଟ୍‌ରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଛନ୍ତି ।

- Advertisement -

ବରପାଲିରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ପ୍ରକୃତି କବି ଗଙ୍ଗାଧର ମହେର ଓ ସ୍ୱାଧୀନତା ସଂଗ୍ରାମୀ ଭାଗିରଥୀ ପଟ୍ଟନାୟକଙ୍କୁ ସମ୍ମାନ ଜଣାଇ ନିଜର ଭାଷଣ  ଆରମ୍ଭ କରିଥିଲେ । ବରପାଲିରେ କୃଷି ପାଇଁ ଗଙ୍ଗାଧର ଉଠା ଜଳସେଚନ ବ୍ୟବସ୍ଥା କରାଯାଉଥିବା  , ବୁଣାକାରଙ୍କ   ବିକାଶ ପାଇ କେନ୍ଦ୍ର ସରକାରଙ୍କ ନିକଟରେ ଜିଏସ୍‌ଟିରେ କର କମ କରିବା ପାଇଁ ରାଜ୍ୟ ଦାବି କରିଥିବା କଥା କହିଛନ୍ତି । ରୀତା ସାହୁଙ୍କୁ ନିର୍ବାଚିତ କରିବା ପାଇଁ ସେ ଜନ ସାଧାରଣଙ୍କୁ ଆହ୍ୱାନ କରିବା ସହ ଆସନ୍ତା ଏକ ବର୍ଷ ପାଇଁ ସେ ବିଜେପୁର ବିକାଶର ତଦାରଖ କରିବେ ବୋଲି କହିଛନ୍ତି ।

ଗାଇସିଲଟରେ ଅନୁଷ୍ଠିତ ସଭାରେ ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ରାଜ୍ୟରେ ଥିବା ବିଜେଡି ସରକାରଙ୍କ ଉପରେ ଇରାନୀ ବର୍ଷିଛନ୍ତି । ରାଜ୍ୟରେ ମହିଳାମାନଙ୍କୁ ସମ୍ମାନ ମିଳୁ ନ ଥିବା କଥା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଭାବେ ବେଶ ଭଲ କାମ କରିଛନ୍ତି । ବିକାଶ ପାଇଁ ବେଜିପ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଉଦ୍‌ବୋଧନ ସମୟରେ ପ୍ରକାଶ କରିଥିଲେ। ବୁଣାକାରଙ୍କ ଉନ୍ନତି ପାଇଁ ଓ ଆଞ୍ଚଳିକ ବିକାଶ ପାଇଁ ବେଜେପି ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ସ୍ମୃତି ଇରାନୀ ଭୋଟରମାନଙ୍କୁ ନିବେଦନ କରିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories