www.samajalive.in
Sunday, December 14, 2025
23.1 C
Bhubaneswar

୭୨ ଟିକିଆ ହାତୀଙ୍କ ଉପଦ୍ରବ ; ଧାନ, ବିରି, ବାଦାମ ଫସଲ କଲେ ନଷ୍ଟ

ଛତିଶିଗଡ : ଛତିଶିଗଡର ରାୟଗଡ ଜିଲାର ଜଙ୍ଗଲରେ ଗତ କିଛି ଦିନ ଧରି ୭୨ ଟିକିଆ ହାତୀଙ୍କ ଦଳ ଭିନ୍ନ ଭିନ୍ନ ସ୍ଥାନରେ ଉପଦ୍ରବ କରୁଛନ୍ତି। ଖାଦ୍ୟ ଓ ପାଣି ଅନ୍ୱେଷଣରେ ହାତୀପଲ ପ୍ରତିଦିନ ଗ୍ରାମ ଭିତରେ ପ୍ରବେଶ କରି ଫସଲ ନଷ୍ଟ କରୁଛନ୍ତି। ହାତୀପଲ ପ୍ରାୟ ୧୯ ଜଣ ଚାଷୀଙ୍କ ଫସଲ ନଷ୍ଟ କରିଛନ୍ତି।
ସୂଚନା ଯୋଗ୍ୟ, ପ୍ରତ୍ୟେକ ବର୍ଷ ଖରାଦିନ ଆରମ୍ଭ ହେବା ମାତ୍ରେ ରାୟଗଡ ଜିଲାର ଜଙ୍ଗଲରେ ବୁଲୁଥିବା ହାତୀପଲ ଆତଙ୍କ ସୃଷ୍ଟି କରିଥାଆନ୍ତି। ଖାଦ୍ୟ ଓ ପାଣି ଅନ୍ୱେଷଣରେ ବୁଲି ବୁଲି ହାତୀପଲ ଅଧିକାଂଶ ସମୟରେ ଗାଁ ଭିତରେ ପଶି ଫସଲ ଓ ଘର ନଷ୍ଟ କରି ଥାଆନ୍ତି। କିଛି ଦିନ ପରେ ପୁଣି ଜଙ୍ଗଲ ଭିତରକୁ ପଳାଇ ଥାଆନ୍ତି। ହାତୀ ପାଇଁ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି। ହାତୀମାନେ ଚାଷୀଙ୍କର ଧାନ, ବିରି, ବାଦାମ ଫସଲ ନଷ୍ଟ କରି ଦେଇଛନ୍ତି।
ହାତୀ ବୁଲୁଥିବା ସ୍ଥାନ ମାନଙ୍କରେ ଡ୍ରୋନ କ୍ୟାମେରା ମାଧ୍ୟମରେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଉଛି। ଯାହାଦ୍ୱାରା ସ୍ଥାନୀୟ ବାସିନ୍ଦାଙ୍କୁ ସଚେତନ କରାଯାଇପାରୁୁଛି। ହାତୀଙ୍କ ନିକଟକୁ ନ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିବା ବେଳେ ବନ କର୍ମଚାରୀ ହାତୀଙ୍କ ଉପରେ ନଜର ରଖିଛନ୍ତି।

 

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories