www.samajalive.in
Saturday, December 13, 2025
26.1 C
Bhubaneswar

ନଭେମ୍ବରରୁ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା 

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳ ଆସନ୍ତା ନଭେମ୍ବରରେ ଅଷ୍ଟ୍ରେଲିଆ ଗସ୍ତ କରିବ। ୪୫ ଦିନିଆ ଉକ୍ତ ଗସ୍ତରେ ଘରୋଇ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ଶୃଙ୍ଖଳା ୨୦୨୫ ଜାନୁଆରୀ ୭ ପର୍ଯ୍ୟନ୍ତ ଖେଳିବ। ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଅନ୍ତର୍ଗତ ଉକ୍ତ ଶୃଙ୍ଖଳା ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ହେବ। ଶୃଙ୍ଖଳାରେ ଏକ ଦିବାରାତ୍ର ଗୋଲାପି ବଲ୍‌ ଟେଷ୍ଟମ୍ୟାଚ ରହିଛି।

ଶୃଙ୍ଖଳାର ପ୍ରଥମ ଟେଷ୍ଟ ପର୍ଥରେ ନଭେମ୍ବର ୨୨ରୁ ୨୬ ପର୍ଯ୍ୟନ୍ତ ଖେଳାଯିବ। ୩୨ ବର୍ଷ ପରେ ପ୍ରଥମଥର ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ଶୃଙ୍ଖଳା ପର୍ଥରୁ ଆରମ୍ଭ ହେବ। ୨ୟ ଟେଷ୍ଟ ଆଡିଲେଡ୍‌ ଓଭାଲରେ ଡିସେମ୍ବର ୬ରୁ ୧୦ ପର୍ଯ୍ୟନ୍ତ ଦିବାରାତ୍ର ବିଶିଷ୍ଟ ଗୋଲାପି ବଲ୍‌ ଟେଷ୍ଟ ଖେଳାଯିବ। ଡିସେମ୍ବର ୧୪ରୁ ୧୮ ପର୍ଯ୍ୟନ୍ତ ବ୍ରିସ୍‌ବେନରେ ୩ୟ ଟେଷ୍ଟ, ଡିସେମ୍ବର ୨୬ରୁ ୩୦ ପର୍ଯ୍ୟନ୍ତ ୪ର୍ଥ ଟେଷ୍ଟ ମେଲବୋର୍ଣ୍ଣରେ ଓ ୨୦୨୫ ଜାନୁଆରୀ ୩ରୁ ୭ ପର୍ଯ୍ୟନ୍ତ ଅନ୍ତିମ ଟେଷ୍ଟ ସିଡ୍‌ନୀରେ ଖେଳାଯିବ।

- Advertisement -

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା ସହ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଓ ଟ୍ବେଣ୍ଟି୨୦ ଶୃଙ୍ଖଳା ଲାଗି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କାର୍ଯ୍ୟସୂଚୀ ଘୋଷିତ ହୋଇଛି। ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ନଭେମ୍ବର ୪ରୁ ୧୦ ପର୍ଯ୍ୟନ୍ତ ଓ ଟ୍ବେଣ୍ଟି୨୦ ଶୃଙ୍ଖଳା ନଭେମ୍ବର ୧୪, ୧୬ ଓ ୧୮ରେ ଖେଳାଯିବ। ସେହିପରି ଭାରତୀୟ ମହିଳା କ୍ରିକେଟ ଦଳ ଡିସେମ୍ବର ୫ରୁ ୧୧ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ।

ଡିସେମ୍ବର ୫ରେ ପ୍ରଥମ, ୮ରେ ୨ୟ ଓ ୧୦ରେ ୩ୟ ଦିନିକିଆ ବ୍ରିସବେନରେ ଖେଳାଯିବ। ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ୧୯୯୧-୯୨ରେ ପ୍ରଥମଥର ଖେଳା ଯାଇଥିଲା। ଉକ୍ତ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ୪-୦ରେ ଜିତିବାରେ ସଫଳ ହୋଇଥିଲା।

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା କାର୍ଯ୍ୟସୂଚୀ

୧ମ ଟେଷ୍ଟ: ନଭେମ୍ବର ୨୨ରୁ ୨୬: ପର୍ଥ
୨ୟ ଟେଷ୍ଟ: ଡିସେମ୍ବର ୬ରୁ ୧୦ : ଆଡିଲେଡ୍‌
୩ୟ ଟେଷ୍ଟ: ଡିସେମ୍ବର ୧୪ରୁ ୧୮: ବ୍ରିସ୍‌ବେନ
୪ର୍ଥ ଟେଷ୍ଟ: ଡିସେମ୍ବର ୨୬ରୁ ୩୦ : ମେଲବୋର୍ଣ୍ଣ
୫ମ ଟେଷ୍ଟ: ଜାନୁଆରୀ ୩ରୁ: ସିଡ୍‌ନୀ

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories