www.samajalive.in
Wednesday, December 10, 2025
26.1 C
Bhubaneswar

ଗାଁ ମୁଖିଆଙ୍କୁ ସଂଘବଦ୍ଧ ଆକ୍ରମଣ ମାମଲାରେ ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

ଗୋପାଳପୁର: ଗୋଳନ୍ଥରା ଥାନା ଅଧୀନସ୍ଥ ତୁଳୁ ରାସ୍ତା ରେ ପାନାପଲ୍ଲି ଗାଁ ମୁଖିଆଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା । ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।  ଗିରଫ ଅଭିଯୁକ୍ତ ମାନେ ହେଲେ ପାନ୍ନପୁଲ୍ଲୀ ଗ୍ରାମର ପି. ନୀଳାମ୍ବର ରେଡ୍ଡି ଓ ରମ୍ଭା ଥାନା ଅଧିନସ୍ଥ କାର୍ତିକଡି ଗାଁର ଆର ବିନୋଦ ରେଡି  ବୋଲି ପୋଲିସ ପ୍ରେସ ରିଲିଜ ରେ ସୂଚନା ଦେଇଛି। ସୂଚନା ଅନୁସାରେ ପାନାପୁଲ୍ଲୀ ଗାଁ ମୁଖିଆ ଟି ଜୟ ଜଗନ୍ନାଥ ରେଡ୍ଡି ଗତ ୧୦ତାରିଖ ସକାଳେ ମଟର ସାଇକେଲ ଯୋଗେ  ନିଜ  ଗାଁକୁ ଫେରୁଥିବାବେଳେ ସେହି ଗାଁର ନୀଳାମ୍ବର ଓ ତାଙ୍କ ଭିଣୋଇ ମିଶି ମଝି ରାସ୍ତାରେ ଅଟକାଇ ତାଙ୍କୁ ସଂଘବଦ୍ଧ  ଭାବେ ଆକ୍ରମଣ କରିଥିଲେ। ଏବଂ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଘଟଣା ପରେ ସ୍ଥାନୀୟ ଲୋକ ଓ ପରିବାର ଲୋକ ଆହତ ଜୟକୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।  ପରେ  ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିଲା ।  ଏ ନେଇ ଗୋଳନ୍ଥରା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ ଘଟଣାରେ ତଦନ୍ତ ଆରମ୍ଭ କରିଥିଲେ । ଘଟଣା ପରଠାରୁ ଅଭିଯୁକ୍ତ ମାନେ ଫେରାର ଥିଲେ । ଖବର ପାଇ ଗୋଳନ୍ଥରା ଥାନା ପୋଲିସ  ବିଶାଖାପାଟଣାର ଏକ ଅଂଚଳରେ ଚଡାଉ କରି ନୀଳାମ୍ବର ଓ ବିନୋଦକୁ ଧରିବାରେ ସକ୍ଷମ ହୋଇଥିଲେ।  ବୁଧବାର ଦୁଇ ଜଣଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories