ଆଉନାହାନ୍ତି ଏହି ଲୋକପ୍ରିୟ ହାସ୍ୟାଭିନେତା
ନୂଆଦିଲ୍ଲୀ: ଲୋଲୁ ସଭା ସେଷୁ ନାମରେ ଜଣାଶୁଣା ତାମିଲ ଅଭିନେତା ଲକ୍ଷ୍ମୀ ନାରାୟଣ ସେଷୁଙ୍କ ପରଲୋକ ଘଟିଛି। ତାମିଲ ଚଳଚ୍ଚିତ୍ର ଜଗତର ଏହି ଲୋକପ୍ରିୟ ଅଭିନେତା ମଙ୍ଗଳବାର ୬୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମାର୍ଚ୍ଚ ୧୫ ତାରିଖରେ ହୃଦୟଜନିତ ସମସ୍ୟା ଦେଖାଦେବା ପରେ ତାଙ୍କୁ ଚେନ୍ନଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
୨୦୦୨ ମସିହାରେ ‘ଥୁଲ୍ଲୁଭାଢୋ ଇଲାମାଇ’ ଚଳଚ୍ଚିତ୍ରରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ସେଷୁ ପ୍ରାୟ ୩୦ରୁ ଊର୍ଦ୍ଧ୍ବ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଟିଭି ଶୋ’ ‘ଲୋଲୁ ସଭା’ ତାଙ୍କୁ ବେଶ୍ ଲୋକପ୍ରିୟତା ଆଣି ଦେଇଥିଲା, ଏଥିରେ ସେ ବିଜୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚରିତ୍ର ମାଧ୍ୟମରେ ସେ ଜଣେ ହାସ୍ୟ ଅଭିନେତା ଭାବେ ଖୁବ୍ ଖ୍ୟାତି ଅର୍ଜନ କରିଥିଲେ।
Comments are closed.