www.samajalive.in
Sunday, December 7, 2025
15.1 C
Bhubaneswar

ଆମେରିକାରେ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ଜାହାଜରେ ଥିବା ଭାରତୀୟ କ୍ରୁ ମେମ୍ବରଙ୍କୁ ମିଳିଲା ହିରୋ ଆଖ୍ୟା

ନୂଆଦିଲ୍ଲୀ: ଆମେରିକାର ବାଲଟିମୋର ସହରରେ ଅଘଟଣ। ମଙ୍ଗଳବାର ରାତିରେ ଏକ ଜାହାଜ ଧକ୍କାରେ ବ୍ରିଜ୍ ଭୁଶୁଡି ପଡିଛି।  ବ୍ରିଜ୍‌ର କିଛି ଅଂଶରେ  ଜାହାଜଟି ପିଟି ହେବାରୁ ଏହା ସଂପୂର୍ଣ୍ଣରୂପେ ଭାଙ୍ଗି ଯିବା ସହ ପାଣିରେ ଖସି ପଡ଼ିଛି।  ଦୁର୍ଘଟଣାରେ ନିଖୋଜ ଥିବା ୬ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ପୁଲିସ୍ ମୃତଦେହ ଉଦ୍ଧାର କରିଛି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏବେବି ଅନେକ ନିଖୋଜଙ୍କ ପତ୍ତା ମିଳିନି । ପ୍ରାୟ ୩୦୦ ମିଟର ଲମ୍ବ ବିଶିଷ୍ଟ ଏହି କାର୍ଗୋ ସିପ୍‌ରେ ସିଙ୍ଗାପୁର ପତାକା ଲାଗିଥିଲା। ‘ଡଲି’ ନାମକ ଏହି ଜାହାଜଟି ଶ୍ରୀଲଙ୍କାର ରାଜଧାନୀ କଲମ୍ବୋକୁ ଯାଉଥିଲା। ପାଲପସ୍କୋ ନଦୀରେ ଯାଉଥିବା ବେଳେ ବନ୍ଦର ଛାଡ଼ିବାର ମାତ୍ର ୩୦ ମିନିଟ ଭିତରେ ଦୁର୍ଘଟଣା ହୋଇଥିଲା।  ଦୁର୍ଘଟଣାଗ୍ରସ୍ତ କାର୍ଗୋ ଜାହାଜର ସମସ୍ତ ୨୨ କର୍ମଚାରୀ ହେଉଛନ୍ତି ଭାରତୀୟ । ସମସ୍ତେ ସୁରକ୍ଷିତ ଥିବା ଜାହାଜ କମ୍ପାନି ପକ୍ଷରୁ କୁହାଯାଇଛି। ସେପଟେ   ଜାହଜର କ୍ରୁ ମେମ୍ବରଙ୍କ ଯୋଗୁ  ବଡ଼ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଲା ବୋଲି ସ୍ଥାନୀୟ ଗଭର୍ନର କହିଛନ୍ତି। ତେଣୁ ଜାହଜର ସମସ୍ତ କ୍ରୁ ମେମ୍ବରଙ୍କୁ ସେ ହିରୋ ଆଖ୍ୟା ଦେଇଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories