www.samajalive.in
Saturday, December 6, 2025
26.1 C
Bhubaneswar

ହୁକ୍କା ବାର୍‌ରେ ଚଢାଉ; ମୁନୱର ଫାରୁକୀଙ୍କ ସମେତ ୧୩ ଜଣଙ୍କୁ ଅଟକ ରଖିଲା ପୁଲିସ

ମୁମ୍ବଇ: ମୁମ୍ବଇର ଫୋର୍ଟ ଅଞ୍ଚଳରେ ଏକ ହୁକ୍କା ବାର୍‌ରେ ଚଢାଉ କରି ପୁଲିସ ବିଗ୍‌ବସ୍‌-୧୭ ବିଜେତା ମୁନୱର ଫାରୁକୀଙ୍କ ସମେତ ଅନ୍ୟ ୧୩ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେ​‌ବେ ପଚରାଉଚରା ପରେ ସମସ୍ତ ଅଭିଯୁକ୍ତଙ୍କୁ ଛାଡ଼ିଦିଆଯାଇଥିବା ସୂଚନା ମିଳିଛି।

ମୁନୱର ଫାରୁକୀ ଜଣେ ବିଶିଷ୍ଟ ଭାରତୀୟ ଷ୍ଟାଣ୍ଡ ଅପ୍ କମେଡିଆନ୍‌ ଓ ରାପର ମଧ୍ୟ ଅଟନ୍ତି। ମଙ୍ଗଳବାର ରାତିରେ ଦକ୍ଷିଣ ମୁମ୍ବଇ ଫୋର୍ଟ ଅଞ୍ଚଳରେ ଏକ ହୁକ୍କା ପାର୍ଲରରେ ପୁଲିସ ଚଢାଉ କରିବାବେଳେ ଅଟକ ରଖାଯାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସେ ମଧ୍ୟ ସାମିଲ ଥିଲେ। ପୁଲିସ ଗୁପ୍ତ ସୂଚନା ଆଧାରରେ ଏହି ଚଢାଉ କରିଥିଲା। ହର୍ବାଲ ନାଁରେ ହୁକ୍କା ବ୍ୟବହାର ଅଭିଯୋଗରେ ଅଧିକାରୀମାନେ ମୁନୱର ଫାରୁକୀଙ୍କ ସମେତ ୧୩ ଜଣଙ୍କୁ ଅଟକ ରଖିଥିଲେ। ପରବର୍ତ୍ତୀ ସମୟରେ ପଚରାଉଚରା ପରେ ସେମାନଙ୍କୁ ଛାଡ଼ିଦିଆ ଯାଇଛି।

- Advertisement -

 

Hot this week

ସ୍ୱାମୀ ହତ୍ୟାକରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories