www.samajalive.in
Thursday, December 11, 2025
16.1 C
Bhubaneswar

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ  ଯୁବକ ଗିରଫ

କଣ୍ଟାବାଞ୍ଜି -ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳ ରେ ଜଣେ ନାବାଳିକା କୁ ରାତି ଅଧରେ ଘରୁ ଟେକିନେଇ, ଦୁଷ୍କର୍ମ ଅଭିଯୋଗରେ  ଅଭିଯୁକ୍ତ ଯୁବକକୁ ତୁରେକେଲା ପୁଲିସ ଗିରଫ କରିଛି । ଅଭିଯୁକ୍ତକୁ ସୋମବାର ଅପରାହ୍ନ, ବଲାଙ୍ଗୀର ପୋକ୍ସୋ କୋର୍ଟରେ ହାଜର କରାଯାଇଥିଲା ।

କେଶବ ମାଝୀ(୧୯)ଜଣେ ନାବାଳିକା କୁ ଘରୁ ଶୋଇଥିବା ବେଳେ, ଘରୁ ଉଠାଇ ନେଇ ଦୁଷ୍କର୍ମ କରି ଫେରାର ହୋଇ ଯାଇଥିଲା. ସକାଳୁ ନାବାଳିକାର ମା, ଝିଅ ଘରେ ନଥିବା ଦେଖି ଵା ପରେ,ପରିବାର ଲୋକେ ଖୋଜାଖୋଜି କରିଥିଲେ । ନାବାଳିକାକୁ ଅନ୍ୟ ଏକ ଜାଗାରୁ ମୁମୁର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ଡାକ୍ତର ଖାନରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପୀଡିତାଙ୍କର ଚିକିତ୍ସା ଚାଲିଛି । ତୁରେକେଲା ଥାନାରେ ନାବାଳିକାଙ୍କ ମାଆ ଲିଖିତ ଅଭିଯୋଗ କରିବା ପରେ ଭାରପ୍ରାପ୍ତ ଥାନା ଅଧିକାରୀ କେଶ ନଂ ୭୬/୨୪ତା ୨୫/୦୪-ଦଫା ୩୭୬,୩୬୩,୩୬୬,୪ପୋକ୍ସୋ ଆଇନ ବଳରେ ଗିରଫ କରିଛନ୍ତି । ଅଭିଯୁକ୍ତ ଫେରାର ହୋଇ ବସ୍ତିପଡ଼ା ସାଙ୍ଗ ଘରେ ଲୁଚିଥିବା ବେଳେ ପୁଲିସ କରିଥିଲା । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories