www.samajalive.in
Monday, December 8, 2025
13.1 C
Bhubaneswar

କାମରେ ଲାଗୁନି ଲକ୍ଷାଧିକ ଟଙ୍କା ବ୍ୟୟରେ କିଣାଯାଇଥିବା କ୍ୟାବିନ୍

ଗୋପାଳପୁର : ଗୋପାଳପୁର ପର୍ଯ୍ୟଟନସ୍ଥଳକୁ ଅଧିକ ଆକର୍ଷଣୀୟ କରିବା ପାଇଁ କୋଟି କୋଟି ଟଙ୍କା ବିନିଯୋଗ ସତ୍ତ୍ୱେ ନିର୍ମିତ ହେଉଥିବା କାର୍ଯ୍ୟ ଗୁଡ଼ିକର ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ଲକ୍ଷାଧିକ ଟଙ୍କା ପାଣିରେ ପଡୁଥିବା ଅଭିଯୋଗ ହେଉଛି । ୨୦୧୬ ରେ ‘ସ୍ବଦେଶ ଦର୍ଶନ’ ଯୋଜନାରେ ଗୋପାଳପୁରକୁ ପ୍ରାୟ ୬ କୋଟି ଟଙ୍କାର ପାଣ୍ଠି କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା । ଉକ୍ତ ପାଣ୍ଠି ରାଜ୍ୟ ପର୍ଯଟନ ବିଭାଗକୁ ଆସିଥିବାବେଳେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ପକ୍ଷରୁ ଏହାକୁ ବିନିଯୋଗ ନିମନ୍ତେ ପ୍ରଦାନ କରାଯାଇଥିଲା ।

୨୦୨୦ ସୁଦ୍ଧା ବେଳାଭୂମିରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଗୁଡ଼ିଏ ନିର୍ମାଣ କାର୍ଯ୍ୟ କରାଯାଇଥିଲା। ଏହା ସହିତ ଲକ୍ଷାଧିକ ଟଙ୍କା ବ୍ୟୟରେ ୧୦ ଟି ପ୍ଲାଇ ଓ ଲୁହାରେ ନିର୍ମିତ ଅସ୍ଥାୟୀ କାଫେ ଏବଂ ରେଷ୍ଟୁରାଣ୍ଟ ମଧ୍ୟ କିଣାଯାଇଥିଲା। ଏସବୁ ବେଳାଭୂମି ପରିସରରେ ସ୍ଥାପନ କରାଯାଇଥିଲା। କିନ୍ତୁ ଏହାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବିରୋଧ କରାଯିବାରୁ ପ୍ରଶାସନ ପକ୍ଷରୁ ଏଥି ମଧ୍ୟରୁ ୬ ଟି କ୍ୟାବିନକୁ ବିଜୁ ପଟ୍ଟନାୟକ ସାହସିକତା ପାର୍କ ପରିସରରେ ରଖାଯିବା ସହ ୨ ଟି କୁ ପାର୍କିଂ ସ୍ଥଳରେ ଏବଂ ଅନ୍ୟ ଦୁଇଟିକୁ ଇକୋ ରିଟ୍ରିଟ ସେଣ୍ଟର ପରିସରରେ ରଖାଯାଇଥିଲା।

- Advertisement -

ଇତି ମଧ୍ୟରେ ପାର୍କିଂ ଓ ଇକୋ ରିଟ୍ରିଟ ସେଣ୍ଟର ପରିସରରେ ରଖାଯାଇଥିବା କ୍ୟାବିନ ଗୁଡ଼ିକ ନଷ୍ଟ ହୋଇଯାଇଥିବାବେଳେ ପାର୍କ ପରିସରରେ ଥିବା କ୍ୟାବିନ ମଧ୍ୟରୁ ଗୋଟିଏ ଟିକଟ ବୁକିଂ କାଉଣ୍ଟର ଭାବେ ବ୍ୟବହୃତ ହେଉଥିବାବେଳେ ବାକି କୌଣସି କାମରେ ନଲାଗି ପଡ଼ି ରହିଥିବା ଦେଖିବାକୁ ମିଳିଛି ‌। ଏଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ନଷ୍ଟ ହେବାକୁ ବସୁଥିବା କ୍ୟାବିନ ଗୁଡ଼ିକର ମରାମତି କରି ତୁରନ୍ତ ଏହାକୁ ବ୍ୟବହାର କ୍ଷମ କରିବାକୁ ସାଧାରଣରେ ଦାବି ହେଉଛି ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories