www.samajalive.in
Saturday, December 6, 2025
19.1 C
Bhubaneswar

ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର ‘ଶେଷ କିଷାନ-ବଲାସିଙ୍ଘାରୁ ବର୍ଲିନ’

ଭୁବନେଶ୍ବର: ଉତ୍କଟ ଦାରିଦ୍ର୍ୟତାର ଶେଷ ସୀମାରେ ଥିଲେ ଶେଷ। ନିରାଟ ମଫସଲର ଏକ ଆଦିବାସୀ କିଷାନ କୁଳରେ ଜନ୍ମ ନେଇଥିଲେ ଶେଷ। ଅନେକ ଅଭାବ ଅନଟନ ଦେଇ ବାପାମାଆ ଛେଉଣ୍ଡ ଶେଷ ଛୁଆଟି ଦିନୁ ଆମ୍ବୁଲ ଭାତ ଖାଇ, ପର ଘରେ ମଜୁରୀ ଲାଗି, ଗାଈ, ଛେଳି ଚରାଇ ପିଲାଦିନ କାଟିଥିଲେ। ଶେଷଙ୍କର ସେଦିନ ଶେଷ ହୋଇସାରିଛି। ଏବେ ସେ ସଫଳତାର ଶୀର୍ଷରେ।

ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଅଧିନସ୍ଥ ବଲାସିଙ୍ଘା ଗାଁର କିଷାନ ପୁଅ ଆଜି ବିନା ପଇସାରେ ଗାଁ ଚାଟଶାଳୀରୁ ପାଠପଢା ଆରମ୍ଭ କରି ନବୋଦୟ, ତା’ପରେ ନାଇଜରରୁ ପାଠ ସାରି ସୁଦୂର ଜର୍ମାନ ଯାତ୍ରା କରି ସାଜିଲେ ଜଣେ ସୁଖ୍ୟାତ ବୈଜ୍ଞାନିକ। ଯେଉଁ ସ୍ବପ୍ନ ତାଙ୍କୁ ଶୋଇବାକୁ ଦେଇନଥିଲା, ସେ ସ୍ବପ୍ନ ତାଙ୍କର ପୂରଣ ହୋଇଛି। ସେହି ଅଭାବୀ, ଅସହାୟ, କଷ୍ଟସହିଷ୍ଣୁ ଶେଷ କିଷାନଙ୍କ ହୃଦୟସ୍ପର୍ଶୀ ଜୀବନ ଯାତ୍ରାର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଥିବା ଚଳଚ୍ଚିତ୍ର ଟାଇଟଲ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହୋଟେଲରେ ଘୋଷଣା ହୋଇଯାଇଛି। ଚଳଚ୍ଚିତ୍ରର ନାଁ ରହିଛି ‘ଶେଷ କିଷାନ-ବଲାସିଙ୍ଘାରୁ ବର୍ଲିନ’। ଏହି ଟାଇଟଲ ଘୋଷଣା ଅବସରରେ ବୈଜ୍ଞାନିକ ଡକ୍ଟର ଶେଷ କିଷାନ, ତାଙ୍କ ସହଧର୍ମିଣୀ ଜୟଶ୍ରୀ, ନିର୍ଦ୍ଦେଶକ ସୁଶାନ୍ତ ମଣି, ପ୍ରଯୋଜିକା ରଶ୍ମି ଧଳ, ରଜତ ଧଳ, ପ୍ରଯୋଜକ ନିର୍ମଳ ଜୟଶ୍ୱାଲ, ନାଇଜରର ପ୍ରଫେସର ଡକ୍ଟର ହିମାଂଶୁ ବିଶ୍ୱାଳ, ନବୋଦୟର ପ୍ରିନସିପାଲ ମନୋଜ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ଏହି ଚଳଚ୍ଚିତ୍ର ରଶ୍ମି ଧଳ ପ୍ରଡକ୍‌ସନ୍ସ ଏବଂ ନିର୍ମଳ ଜୟଶ୍ବାଲ ପ୍ରଡକ୍‌ସନ୍ସ ବ୍ୟାନରରେ ନିର୍ମାଣ ହେବାକୁ ଯାଉଛି, ଯାହାର ପ୍ରଯୋଜକ ରଜତ ଧଳ ଏବଂ ନିର୍ମଳ ଜୟଶ୍ୱାଲ ଅଛନ୍ତି ଏବଂ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ପ୍ରତିଭାବାନ ନିର୍ଦ୍ଦେଶକ ସୁଶାନ୍ତ ମଣି। ବୈଜ୍ଞାନିକ ଶେଷ କିଷାନ ଚରିତ୍ରରେ ନଜର ଆସିବେ ଲୋକପ୍ରିୟ ନାୟକ ସ୍ୱରାଜ ବାରିକ। ଡକ୍ଟର ଶେଷ କିଷାନଙ୍କ ଜୀବନରେ ଯୋଡି ହୋଇଥିବା ଜୀବନସାଥି ଭୂମିକା ଚରିତ୍ରରେ ନଜର ଆସିବେ କୁକିଜ୍ ସ୍ୱାଇଁ। ତେବେ ଡକ୍ଟର ଶେଷ କିଷାନଙ୍କ ଜୀବନ କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ବର୍ତ୍ତମାନ ପୀଢ଼ି ତଥା ଛାତ୍ର ସମାଜ ତଥା ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣା ହେବ ଏଥିରେ ସନ୍ଦେହ ନାହିଁ ବୋଲି ପ୍ରଚାର ଓ ପ୍ରସାର ଦାୟିତ୍ୱରେ ଥିବା ମିଡିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ପ୍ରକାଶ କରିଛନ୍ତି।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories