www.samajalive.in
Monday, December 8, 2025
13.1 C
Bhubaneswar

୪୨ ଖଣ୍ଡ ଶାଗୁଆନ କାଠ ଗଣ୍ଡି ଜବତ, ୩ଟି ପିକଅପ ଗାଡି ଜବତ : ଅଭିଯୁକ୍ତ ଫେରାର

ପଦ୍ମପୁର : ରାୟଗଡା ଜିଲ୍ଲା ପଦ୍ମପୁର ନିକଟସ୍ଥ ଅନ୍ତରଝୋଲି ଗାଁରୁ କେନ୍ଦୁଗୁଡା ଯାଉଥିବା ସମୟରେ ଖିଲିଙ୍ଗିରାଇ ନିକଟରେ ତିନୋଟି ମାକ୍ସ ପିକଅପ ଗାଡି ସହ ୪୨ ଖଣ୍ଡ ଶାଗୁଆନ କାଠ ଜବତ ହୋଇଛି।  ସୂଚନା ଅନୁଯାୟୀ  ଶନିବାର ବିଳମ୍ବିତ ରାତିରେ ଗୁଣପୁର ରେଞ୍ଜର ଅଶୋକ କୁମାର ବେହେରାଙ୍କ ନିର୍ଦେଶ ଅନୁସାରେ ପଦ୍ମପୁର ବନପାଳ ମାଝୀ ମହାପାତ୍ର  କୌଣସି ସୂତ୍ରରୁ ଖବର ପାଇ ପଦ୍ମପୁର ନିକଟସ୍ଥ ଅନ୍ତରଝୋଲି ଗାଁଠାରୁ କେନ୍ଦୁଗୁଡା ଯାଉଥିବା ତିନୋଟି ମାକ୍ସ ପିକଅପ ଗାଡିରେ ୪୨ ଖଣ୍ଡ ଶାଗୁଆନ କାଠ ଯାଉଥିବା ଖବର ପାଇଥିଲେ । ମେକ୍ସ ପିକଅପ ଗାଡିରେ ଶାଗୁଆନ ଗାଠ ଯାଉଥିବା ସମୟରେ ପଦ୍ମପୁର ନିକଟସ୍ଥ ଖିଲିଙ୍ଗିରାଇ ନିକଟରେ ପଦ୍ମପୁର ବନପାଳ ଶ୍ରୀ ମହାପାତ୍ର ଗାଡିକୁ କାବୁ କରିଥିଲେ । ମେକ୍ସ ପିକଅପ ଗାଡିର ଡ୍ରାଇଭର ମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ସେହି ତିନୋଟି ମାକ୍ସ ପିକଅପ ଗାଡି ଗୁଣପୁର ରେଞ୍ଜ କାର୍ଯ୍ୟାଳୟ ପରିସରରେ ରହିଥିବା ବନପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି । ସେହି ତିନୋଟି ମେକ୍ସ ପିକଅପ ଗାଡି ଆନ୍ଧ୍ର ପ୍ରଦେଶର ବୋଲି ଜଣାପଡିଛି। ଏହି ଶାଗୁଆନ କାଠର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି  ପଦ୍ମପୁର ବନପାଳ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।ଏହି ଶାଗୁଆନ କାଠ ଜବତ ସମୟରେ ପଦ୍ମପୁର ବନପାଳ ମାଝୀ ମହାପାତ୍ର ,ବନରକ୍ଷୀ ସନ୍ତୋଷି ବାଗ ,ପାରା  କର୍ମଚାରୀ, ଗୁଡାରୀ ଡେପୁଟି ରେଞ୍ଜର ଗଙ୍ଗାଧର ମିଶ୍ର,ନାଇରା ଫରେଷ୍ଟର ଦୀପ୍ତି ପ୍ରଧାନ ଏବଂ ତାଙ୍କ ଟିମ ଉପସ୍ଥିତ ରହି ମେକ୍ସ ପିକଅପ  ଗାଡି ସହ ଶାଗୁଆନ କାଠ ଜବତ କରିଥିଲେ ।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories