www.samajalive.in
Sunday, December 14, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ, କେମିତି ବନ୍ଧୁକଧାରୀ ଡକାୟତଙ୍କୁ ପିଟିଲେ ମାଆ-ଝିଅ

ଦେଖନ୍ତୁ ଭିଡିଓ, କେମିତି ବନ୍ଧୁକଧାରୀ ଡକାୟତଙ୍କୁ ପିଟିଲେ ମାଆ-ଝିଅ
ହାଇଦ୍ରାବାଦ- ବନ୍ଧୁକ ସହ ଲୁଟିବାକୁ ଆଶିଥିବା ଦୁଇଜଣ ଲୁଟେରା ନିସ୍ତୁକ ମାଡ ଖାଇବା ସହ ଧରାପଡିଛନ୍ତି । ଏହି ଘଟଣାଟି ହାଇଦ୍ରାବାଦର ବେଗମପେଟରେ ଘଟିଛି । ଦୁଇଜଣ ଡକାୟତ ଏକ ଦେଶୀ ବନ୍ଧୁକ ଏବଂ ଛୁରୀ ସହ ବେଗମପେଟରେ ଥିବା ଏକ ଘରେ ଚୋରୀ ପାଇଁ ପଶିଥିଲେ । ସେମାନଙ୍କୁ ହତ୍ୟା ଧମକ ଦେବା ସହ ମୂଲ୍ୟବାନ ଜୀନିଷ ଦେବା ପାଇଁ କହିଥିଲେ । ଏତିକି ବେଳେ ସାହାସୀ ମାଆ ଏବଂ ଝିଅ ବନ୍ଧୁକ ଛଡାଇବା ସହ ଜଣେ ଡକାୟତକୁ ନିସ୍ତୁକ ପିଟିଥିଲେ ।
ଦେଖନ୍ତୁ ଭିଡିଓ, କେମିତି ବନ୍ଧୁକଧାରୀ ଡକାୟତଙ୍କୁ ପିଟିଲେ ମାଆ-ଝିଅ

- Advertisement -

ସିସି ଟିଭିରେ ଏହି ଘଟଣା କଏଦ ହୋଇଛି । ସେମାନଙ୍କ ପାଟି ଶୁଣି ପଡୋଶୀମାନେ ଆସିଥିଲେ । ଅନ୍ୟ ଜଣେ ଡକାୟତ ମାଡ ଖାଇ ସେଠାରୁ ପଳାଇଥିବା ବେଳେ ଅନ୍ୟ ଜଣେ ଧରା ପଡିଛଇ । ଗୁରୁବାର ପ୍ରାୟ ଦିନ ଗୋଟାଏ ସମୟରେ ଏହି ଘଟଣା ଘଟିଥିଲା । ପାଇଗହ କଲୋନୀରେ ଲୁଟେରାମାନେ ପଶିଥିଲେ । ଦେଶୀ ବନ୍ଧୁକ ଏବଂ ଛୁରି ଦେଖାଇ ଡରାଇବା ପାଇଁ ଚେଷ୍ଟା କରିଥିଲେ । ଜିଆର୍‌ପି ପୁଲିସ ଅନ୍ୟ ଲୁଟେରାକୁ ଗିରଫ କରିଛି ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories