ବାଙ୍ଗିରିପୋଷି : ବାଙ୍ଗିରିପୋଷି ଥାନା ଅଞ୍ଚଳରେ ନିଜକୁ ସିବିଆଇ ଅଧିକାରୀ କହୁଥିବା ଜଣେ ବୃଦ୍ଧ ଏବଂ ଜଣେ ଆମ୍ବୁଲାନ୍ସ ଚାଳକକୁ ଅଟକ ରଖିଛି ବାଙ୍ଗିରିପୋଷି ପୁଲିସ । ପ୍ରାପ୍ତ ସୂଚନା ମୁତାବକ, ଆଜି ଏକ ଆମ୍ବୁଲାନ୍ସରେ ୩ ଜଣ ବ୍ୟକ୍ତି ଯାଉଥିବା ବେଳେ ଜଣେ ବ୍ୟକ୍ତି ପରିସ୍ରା କରିବା ବାହାନାରେ କଳାବାଡ଼ିଆ ନିକଟରେ ଗାଡିରୁ ଫେରାର ହୋଇ ଯାଇଥିଲା। ଗାଡ଼ିରେ ଥିବା ଜଣେ ବୃଦ୍ଧ ବ୍ୟକ୍ତି ନିଜକୁ ଜଣେ ସିବିଆଇ ଅଧିକାରୀ ବୋଲି କହୁଥିବା ବେଳେ ଆସାମୀ ଆଣୁଥିବା ସମୟରେ ସେ ଫେରାର ହୋଇ ଯାଇଥିଲା ବୋଲି କହିଛନ୍ତି । ତେବେ ସେମାନଙ୍କ କଥାରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସନ୍ଦେହ ହେବାରୁ ବାଙ୍ଗିରିପୋଷି ପୁଲିସକୁ ଖବର ଦେଇଥିଲେ। ସେମାନଙ୍କ ନିକଟରେ ଏକ ହାତକଡୀ ଏବଂ ଟଙ୍କା ଥିବାର ଗ୍ରାମବାସୀ ପ୍ରକାଶ କରିଛନ୍ତି । ବାଙ୍ଗିରିପୋଷି ପୁଲିସ ଉଭୟଙ୍କୁ ଥାନାକୁ ଆଣି ପଚରାଉଚରା ଚଳାଇଛନ୍ତି ।
Popular Categories



