www.samajalive.in
Sunday, December 14, 2025
26.1 C
Bhubaneswar

କଂଗ୍ରେସର ୟୁଟର୍ଣ୍ଣ: କେଜ୍ରିଓ୍ବାଲଙ୍କୁ ମଦ ଦୁର୍ନୀତିର ମାଷ୍ଟରମାଇଣ୍ଡ କହୁଥିଲା, ଏବେ ଗିରଫଦାରୀକୁ କରୁଛି ବିରୋଧ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମଦ ଘୋଟାଲାରେ ଗୁରୁବାର ରାତିରେ ଇଡି ଗିରଫ କରିଛି । କେଜ୍ରିଓ୍ବାଲ ଗିରଫ ହେବା ପରେ ତାଙ୍କୁ ଆଜି ପର୍ଯ୍ୟନ୍ତ ମଦ ଘୋଟାଲାରା ମାଷ୍ଟରମାଇଣ୍ଡ କହିଆସୁଥିବା ଦିଲ୍ଲୀ କଂଗ୍ରେସ ଏବଂ ମେଣ୍ଟ କରିଥିବା ଦଳ ଏହି ଗିରଫଦାରୀକୁ ବିରୋଧ କରୁଛନ୍ତି । ଏବେ କଂଗ୍ରେସର ଏହି ପରିବର୍ତ୍ତିତ ରୂପକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଆଜିଠୁ ଠିକ୍ ବର୍ଷେ ତଳେ ମଦ ଘୋଟାଲାରେ ଗିରଫ ହୋଇଥିବା ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଏବଂ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନ ଯେବେ ପଦରୁ ଇସ୍ତଫା ଦେଇଥିଲେ ସେବେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମଦ ଘୋଟାଲାର ମାଷ୍ଟରମାଇଣ୍ଡ୍ କହିଥିଲା ଏବଂ ତାଙ୍କ ଇସ୍ତଫା ଦାବି କରିଥିଲା । କେବଳ ଏତିକି ନୁହେଁ, ୩ ଜୁନ୍ ୨୦୨୨ରେ ଦିଲ୍ଲୀ କଂଗ୍ରେସର ଏକ ଟିମ୍ ଦିଲ୍ଲୀ ପୁଲିସ କମିଶନରଙ୍କ ପାଖରେ ପ୍ରମାଣପତ୍ର ସହ ପହଞ୍ଚି ଦିଲ୍ଲୀ ସରକାରଙ୍କ ସମ୍ପୃକ୍ତି ଦର୍ଶାଇଥିଲେ । ଏହା ସହ ଯାଞ୍ଚ କରି ଗିରଫ ଦାବି ମଧ୍ୟ କରିଥିଲେ ।

- Advertisement -

୨୩ ଜୁଲାଇ ୨୦୨୨ରେ ଦିଲ୍ଲୀ କଂଗ୍ରେସ ପାର୍ଟି ମଦ ଘୋଟାଲା ବିରୁଦ୍ଧରେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲା ଏବଂ ଏଥିରେ ମଧ୍ୟ କଂଗ୍ରେସ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ମଦ ଘୋଟାଲା ସହ ଯୋଡି କେଜ୍ରିଓ୍ବାଲ ଏବଂ ମନିଷ ସିସୋଦିଆଙ୍କ ପାଇଁ ଆପମାନଜନକ ଶବ୍ଦ ବ୍ୟବହାର କରିଥିଲା । କିନ୍ତୁ ଗୁରୁବାର କେଜ୍ରିଓ୍ବାଲ ଗିରଫ ହେବା ପରେ ଇଣ୍ଡିଆ ମେଣ୍ଟରେ ସାମିଲ କଂଗ୍ରେସ ତାଙ୍କ ଗିରଫଦାରୀକୁ ବିରୋଧ କରିଛି । କଂଗ୍ରେସର ଏହି ୟୁଟର୍ଣ୍ଣ ଦେଖି ନିଶ୍ଚିତ ଯେ ରାଜନୀତିରେ କିଛି ବି ହୋଇପାରେ । ଏଠି କେହି କାହାର ଚିରଦିନ ପାଇଁ ଶତ୍ରୁ ନୁହଁନ୍ତି କିମ୍ବା ମିତ୍ର ନୁହଁନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories