ଡେସ୍କ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ହାଇକୋର୍ଟରୁ ଝଟକା ଲାଗିଛି। କେଜ୍ରିଓ୍ଵାଲଙ୍କୁ ଗିରଫଦାରୀରୁ ଆଶ୍ୱସ୍ତି ମିଳିନାହିଁ। କେଜ୍ରିଓ୍ଵାଲଙ୍କୁ ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନରୁ କୌଣସି ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବାକୁ ହାଇକୋର୍ଟ ମନା କରିଦେଇଛନ୍ତି। ବର୍ତ୍ତମାନ ସମୟରେ ଆମେ ମଧ୍ୟବର୍ତ୍ତିକାଳୀନ ନିର୍ଦ୍ଦେଶ ଦେବାକୁ ଚାହୁଁନାହୁଁ ବୋଲି କୋର୍ଟ କହିଛନ୍ତି।
https://samajalive.in/fruit-you-should-eat-for-sleeping-problem/545294.html
ଗୁରୁବାର ସକାଳେ ହାଇକୋର୍ଟରେ ଏହି ଆବେଦନର ଶୁଣାଣି ହୋଇଥିଲା। ମାମଲାର ଶୁଣାଣି କରୁଥିବା ବିଚାରପତି ଇଡିକୁ କେଜ୍ରିୱାଲଙ୍କ ବିରୋଧରେ ପ୍ରମାଣ ଦେଖାଇବାକୁ କୁହାଯାଇଛି। ବିଚାରପତି ନିଜ କକ୍ଷରେ ଇଡି ସହ ଏକ ବୈଠକ କରିଥିଲେ।
ହ୍ଵାଟ୍ସଆପରେ ‘ବିକଶିତ ଭାରତ’ ମେସେଜ୍ ପଠାଇବା ବନ୍ଦ କରିବାକୁ ସରକାରଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
ଅଦାଲତ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି ସମନ ଜାରି ହେବା ପରେ ଆପଣ ତାଙ୍କୁ କାହିଁକି ଗିରଫ କଲେ ନାହିଁ? ହାଇକୋର୍ଟ କହିଛନ୍ତି କେଜ୍ରିଓ୍ଵାଲଙ୍କୁ ଗିରଫ କରିବାକୁ ଆପଣଙ୍କୁ କିଏ ଅଟକାଉଥିଲା? ଏଭଳି ପରିସ୍ଥିତିରେ ଗିରଫ କରିବାର ଅଧିକାର ଆପଣଙ୍କର ରହିଛି।



