www.samajalive.in
Monday, December 8, 2025
13.1 C
Bhubaneswar

ଲଗାଣ ବର୍ଷା ଯୋଗୁଁ ରାସ୍ତା ବିପର୍ଯ୍ୟସ୍ତ

ଗୁରୁଡିଝାଟିଆ : ଲଗାଣ ବର୍ଷା ଯୋଗୁଁ ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। କେଉଁଠି ରାସ୍ତା ଦବିଛି ତ ଆଉ କେଉଁଠି ପାଣି ଜମିଛି। ଏହାଦ୍ୱାରା ଗାଡି ଚାଳକମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଥିରୁ ବାଦ ପଡିନାହାନ୍ତି କୋମଳମତି ବିଦ୍ୟାର୍ଥୀମାନେ । କାଦୁଅ ପଚପଚ ରାସ୍ତାରେ ପାଦରେ ଚାଲି ଗଲାବେଳେ ପିନ୍ଧିଥିବା ପୋଷାକ ମଧ୍ୟ କାଦୁଅ ଛିଟାରେ ଅପରିଷ୍କାର ହେଉଛି। ଏଭଳି ଅବସ୍ଥା ଦେଖାଦେଇଛି ପୁରୁଣା କଟକ-ସମ୍ବଲପୁର ରାସ୍ତାର ବିଦ୍ୟାଧରପୁର, କଖଡି, ପନ୍ଥେଇ ଓ ଦହିସରା ନିକଟରେ। ରାସ୍ତା ସଂପ୍ରସାରଣ କାର୍ଯ୍ୟ କଚ୍ଛପ ଗତିରେ ଚାଲୁ ଥିବାରୁ ଏଭଳି ଦୟନୀୟତା ଭୋଗୁଛନ୍ତି ଗାଡିଚାଳକ ଓ ପଥିକ ମାନେ। ପାଗ ଅନୁକୂଳ ଥିବା ସମୟରେ ଠିକାଦାର ମନ୍ଥର ଗତିରେ କାର୍ଯ୍ୟ କରୁଥିବାରୁ ଏବେ ସୁଦ୍ଧା ରାସ୍ତାର ବିଭିନ୍ନ ସ୍ଥାନରେ ମଝିରେ ମଝିରେ ପିଚୁ ନହୋଇ ମାଟି ଅବସ୍ଥାରେ ରହିଅଛି। ଯାହାର ଦୁର୍ଦ୍ଦଶା ଭୋଗୁଛନ୍ତି ଜନସାଧାରଣ। ଏପରିକି ଅନେକବାର ଦୁର୍ଘଟଣା ଘଟୁଛି। ୪ଚକିଆ ଗାଡିଚକା ଛିଟାରେ ପଥଚାରୀର ପୋଷାକର ରଙ୍ଗ ମଧ୍ୟ ବଦଳି ଯାଉଛି। ରାସ୍ତା ଓ କୋଠାବାଡି ବିଭାଗ କର୍ତ୍ତୃପକ୍ଷଙ୍କ ସଠିକ୍ ତାଗିଦ ହେଉନଥିବାରୁ ଠିକାଦାର ମୁନମୁଖି କାର୍ଯ୍ୟ କରୁଥିବା ସାଧାରଣରେ ଅଭିଯୋଗ ହେଉଛି। ତୁରନ୍ତ ଏଥପ୍ରତି ଦୃଷ୍ଟିଦେବା ପାଇଁ ଦାବି ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories