www.samajalive.in
Thursday, December 11, 2025
16.1 C
Bhubaneswar

ବୁଢ଼ାବଳଙ୍ଗ ଶାକୁଆ ଘାଟରୁ ବେଆଇନ ବାଲି ଉତ୍ତୋଳନ ଅଭିଯୋଗ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଳକ, ବୁଢାବଳଙ୍ଗ ନଦୀର ଶାକୁଆ ଘାଟରୁ ବେଆଇନ ଭାବେ ବାଲି ଉତ୍ତୋଳନ ସାଙ୍ଗକୁ ଚାଲାଣ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଜିଲାପାଳଙ୍କୁ ଏନେଇ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଲିଖିତ ଅଭିଯୋଗ ପ୍ରଦାନ କରାଯାଇଛି। ନଦୀ ଗର୍ଭରୁ ଜେସିବି ସହାୟତାରେ ବେଆଇନ ବାଲି ଉତ୍ତୋଳନ ପାଇଁ ନଦୀ ପଠା କ୍ଷୟ ହୋଇ ସଂଳଗ୍ନ ଗ୍ରାମ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ତହସିଲ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଟ୍ରାନ୍‍ଜିଟ ପାସର ଦୂରୁପଯୋଗରେ ମାଫିଆ ଗୋଷ୍ଠୀ ବିଭିନ୍ନ ସ୍ଥାନକୁ ବାଲି ଚାଲାଣ କରାଯାଉଛି। ପ୍ରତିବାଦ କଲେ ଲିଜଧାରୀ ନାଲି ଆଖି ଦେଖାଉଥିବା କୁହାଯାଉଛି। ବାଲି ମାଫିଆ ଓ ପ୍ରଶାସନର ଭିତିରି ସମ୍ପର୍କ ରହିଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି। ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ ପାଇଁ ଲଘୁ ଖଣିଜ ସମ୍ପଦ ବିଭାଗ ପକ୍ଷରୁ ନିୟମ ନଥିଲେ ସୁଦ୍ଧା ବେଆଇନ ଭାବେ ଏହି ନିୟମକୁ ଉଲଙ୍ଘନ କରାଯାଉଛି। ନଦୀ ଶଯ୍ୟାରୁ ବାଲି ଉତ୍ତୋଳନ ପାଇଁ ଲିଜ୍‍ ସୂତ୍ରରେ ଖାଦାନକୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି। ଏଥିପାଇଁ ରାଜସ୍ୱ ଦାଖଲ ମଧ୍ୟ ହୋଇଛି। ତେବେ ଲିଜଧାରୀମାନେ ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ କରି ପ୍ରତ୍ୟେହ ଶହ ଶହ ଡମ୍ଫର ଓ ଟ୍ରକ ଯୋଗେ ବାଲି ବାରିପଦା ଓ ବାଲେଶ୍ୱରକୁ ଚାଲାଣ କରୁଛନ୍ତି। ଗ୍ରାମ୍ୟ ରାସ୍ତାରେ ଭାରୀଯାନ ଚାଲିବା ଦ୍ୱାରା ରାସ୍ତା ଖରାଫ ସାଙ୍ଗକୁ ଦୁର୍ଘଟଣା ବୃଦ୍ଧି ଘଟୁଛି। ଗ୍ରାମବାସୀ ଏହାକୁ ବିରୋଧ କରିବାରୁ ଲିଜଧାରୀଙ୍କ ସହକର୍ମୀମାନେ ନାଲି ଆଖି ଦେଖାଇ ଚୁପ କରୁଛନ୍ତି। ପୂର୍ବରୁ ବାଲି ଉତ୍ତୋଳନକୁ ନେଇ ଗଣ୍ଡଗୋଳ ଏପରିକି ହତ୍ୟାକାଣ୍ଡ ଘଟି କୋର୍ଟରେ ମାମଲା ବିଚାରାଧୀନ ରହିଛି। ଏହା ସତ୍ତ୍ବେ ବେଆଇନ ବାଲି ଉତ୍ତେଳନ ସାଙ୍ଗକୁ ପରିବହନ ପୁନଶ୍ଚ ଉତ୍ତେଜନା ପରିସ୍ଥିତିକୁ ଆମନ୍ତ୍ରଣ କରୁଛି। ଶାକୁଆ ଘାଟରେ ବର୍ଷକୁ ୫ହଜାର ୫୬୫ ସିୟୁଏମ ବାଲି ଉତ୍ତୋଳନର ନିୟମ ଥିଲେ ହେଁ ପ୍ରତିଦିନ ଶହେରୁ ଊର୍ଦ୍ଧ୍ବ ଡମ୍ପରରେ ବାଲି ଉତ୍ତୋଳନ କରାଯାଉଛି। ନିଲାମ ସୈରାତରେ ସୀମା ନିର୍ଦ୍ଧାରଣ ଖୁଣ୍ଟ ପୋତା ଯାଇ ନଥିବାରୁ ମାଫଆ ଗୋଷ୍ଠୀ ଦିନ ରାତି ମେସିନ ସାହାଯ୍ୟରେ ନଦୀ ଗର୍ଭର ବିସ୍ତିର୍ଣ୍ଣ ଅଞ୍ଚଳରେ ବାଲି ଉତ୍ତୋଳନ କରିବା ଘଟଣାକୁ ଗ୍ରାମବାସୀ ହଜମ କରିପାରୁ ନାହାନ୍ତି। ମାତ୍ରାଧିକ ବାଲି ଉତ୍ତୋଳନ ପାଇଁ ନଦୀ କୂଳ ଖାଇ ପଠାରେ ଥିବା ଘର ଓ ଚାଷ ଜମି ଗୁଡିକ ନଦୀ ଗର୍ଭରେ ଲୀନ ଆଶଙ୍କା ପ୍ରକାଶ ପାଇଛି। ପ୍ରଶାସନ ତୁରନ୍ତ ଘଟଣାର ତଦନ୍ତ କରି ବେଆଇନ ଉତ୍ତୋଳନ ବନ୍ଧ ସାଙ୍ଗକୁ ପ୍ରଶାସନ ହରାଇଥିବା ରାଜସ୍ୱ ଜରିମାନା ଆକାରରେ ଲିଜଧାରୀଙ୍କ ଠାରୁ ଆଦାୟ ପାଇଁ ଗ୍ରାମବାସୀ ଅଭିଯୋଗରେ ଦର୍ଶାଇଛନ୍ତି। ଆଇନ ଉଲଘଂନ କରି ମେସିନ ଦ୍ୱାରା ବାଲି ଉତ୍ତୋଳନ କରାଯାଉଥିଲେ ତୁରନ୍ତ ବନ୍ଦ କରାଯିବା ସହ ଲିଜଧାରୀଙ୍କ ବିରେଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏପରିକି ମେସିନ ଲାଗିଥିବା ସୈରାତକୁ ବନ୍ଦ କରିବା ସହ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବାର ନିୟମ ଅଛି ବୋଲି ତହସିଲଦାର ଅମୀୟ କୁମାର ରାଉତ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories