www.samajalive.in
Sunday, December 14, 2025
23.1 C
Bhubaneswar

ପୂର୍ତ୍ତ ବିଭାଗ ଅବହେଳା ଯୋଗୁଁ ଚାଲିଗଲା ଜୀବନ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଫୁଲବାଣୀ : ଫୁଲବାଣୀ ଠାରୁ ମାଧପୁର ପର୍ଯ୍ୟନ୍ତ ଚାଲିଥିବା ପୂର୍ତ୍ତ ବିଭାଗ କାର୍ଯ୍ୟ ପାଇଁ ଅନେକ  ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । କିନ୍ତୁ ବିଭାଗୀୟ ଅଧିକାରୀ କିମ୍ବା ଠିକାଦାର ବେଫିକର ଥିବା ଦେଖିବାକୁ ମିଳିଛି । ଆଜି ରାତ୍ରରେ ଦୁତିମେଣ୍ଡି ମଲିକ ସାହିଠାରେ ପିରିକୁଡି ଗ୍ରାମର କେଶବ ସାହାଣୀ ନାମକ ଜଣେ ବ୍ୟକ୍ତି ଖଜୁରୀପଡାଠାରୁ ନିଜ ଗ୍ରାମକୁ ଫେରୁଥିବାବେଳେ ରାସ୍ତା ଉପରେ ଗଦା ହୋଇଥିବା ଗୋଡିରେ ବାଇକ ଖସିଯିବାରୁ ସେ ଖସିପଡି ଗୁରୁତର ହୋଇଥିଲେ । ସ୍ଥାନୀୟ ଯୁବକମାନେ ତାଙ୍କୁ ଖଜୁରୀପଡା ମେଡିକାଲ ପଠାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏନେଇ ମଲିକସାହିରେ ରାସ୍ତା ରୋକ ହୋଇଥିବାବେଳେ ତହସିଲଦାର, ଥାନା ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି । ରାସ୍ତା ଅବରୋଧ ଯୋଗୁଁ ରାସ୍ତାର ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଯାନ ବାହାନ ଅଟକି ରହିଥିବା ଦେଖାଯାଇଛି । ରାସ୍ତା ନିର୍ମାଣ କରୁଥିବା ଠିକାଦାରମାନେ ମନଇଚ୍ଛା ରାସ୍ତା ଉପରେ ବାଲି, ଗୋଡି, ପାଣିଟାଙ୍କି ଟ୍ରାକ୍ଟର ଆଦି ରଖି ମନଇଚ୍ଛା କାମ କରୁଥିବାବେଳେ ଯାତାୟତରେ ବହୁତ ସମସ୍ୟା ହେଉଛି । ବିଭାଗ ତରଫରୁ କୌଣସି ଯନ୍ତ୍ରୀ କିମ୍ବା ଅଧିକାରୀ ମଧ୍ୟ କାମ ଉପରକୁ ଆସୁନଥିବା ହେତୁ ଠିକାଦାରମାନେ ମନଇଚ୍ଛା କାମ କରୁଥିବା ଦେଖିବାକୁ ମିଳୁଛି । ଫଳରେ ତୁରନ୍ତ ଏଥିପ୍ରତି ଧ୍ୟାନ ନଦେଲେ ପୁଣି ଦୁର୍ଘଟଣା ହୋଇ ଧନଜୀବନ କ୍ଷତି ଘଟିବା ଆଶଙ୍କା କରାଯାଉଛି ।

Hot this week

କଟକରେ ପହଞ୍ଚିଲେ ମୁଖ୍ୟ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories