ଫୁଲବାଣୀ : କନ୍ଧମାଳ ଜିଲା ଖଜୁରୀପଡା ସ୍ଥିତ ଆମ୍ବେଦକର କଲେଜ ସାହିରେ ଘର ନିକଟରେ ଥିବା ଆମ୍ବଗଛରୁ ଶୁଖିଲା କାଠ ପଡି ଏକ ବଖରା କଚାଘରର ଆଜବେଷ୍ଟ ସମ୍ପୂର୍ଣ ଭାଙ୍ଗିଯାଇଛି। ହେଲେ ସୌଭାଗ୍ୟ ବଶତଃ ସେତେବେଳେ ଘରେ କେହି ନଥିବାରୁ ଜୀବନହାନି ଭଳି ନିଶ୍ଚିତ ବିପଦରୁ ବର୍ତ୍ତିଯାଇଥିବା ଦେଖିବାକୁ ମିଳିଛି। ଗତକାଲି ବର୍ଷା ଏବଂ ସାମାନ୍ୟ ପବନ କାରଣରୁ ପାର୍ବତୀ ବିନ୍ଧାଣିଙ୍କ ମାଟି ତିଆରି ଘର ନିକଟରେ ଥିବା ଆମ୍ବ ଗଛର ଶୁଖିଲା ଡାଳ ଭାଙ୍ଗି ଘର ଉପରେ ପଡିବା କାରଣରୁ ଗୋଟିଏ ବଖରା ଘରର ଆଜବେଷ୍ଟ ସମ୍ପୂର୍ଣଭାବେ ଭାଙ୍ଗି ଚୁରମାର ହୋଇଥିବା ଦେଖିବକୁ ମିଳିଛି ।
ଦେଢ଼ବର୍ଷ ତଳେ ପାର୍ବତୀଙ୍କ ସ୍ୱାମୀ ସୁଗ୍ରୀବ ବିନ୍ଧାଣି ଏକ ପୋଖରୀ ପାଣିରେ ବୁଡି ମୃତ୍ୟୁ ହୋଇଥିବା ବେଳେ ପୁଣି କିଛି ମାସ ହେବ ପାର୍ବତୀଙ୍କ ଶ୍ୱଶୁର ଉସତ ବିନ୍ଧାଣି ମଧ୍ୟ ଅସୁସ୍ଥ ହୋଇ ମୃତ୍ୟୁ ବରଣ କରିଛନ୍ତି। ବର୍ତ୍ତମାନ ସୁମିତ୍ରା ବିନ୍ଧାଣି ବିଧବା ହୋଇଥିବା ବେଳେ ତାଙ୍କ ଶାଶୁ ସହିତ ବହୁତ କଷ୍ଟରେ ବଞ୍ଚୁଥିବା ଜଣାପଡିଛି। ପାର୍ବତୀଙ୍କ ତିନି ଶିଶୁ ପୁତ୍ର ଥିବା ବେଳେ ସମ୍ପୂର୍ଣ ମାଟିରେ ତିଆରି ଦୁଇ ବଖରା ଘରେ ଟିଣ ଏବଂ ଆଜବେଷ୍ଟ ଛପର କରି ରହୁଥିବା ବେଳେ ଗୋଟିଏ ବଖରା ଘର ଭାଙ୍ଗିଯାଇଛି। ଅନ୍ୟ ଏକ ବଖରା ଟିଣ ଘର ମଧ୍ୟ ମଧ୍ୟ କାନ୍ଥ ଭାଙ୍ଗି ବିପଦପୂର୍ଣ୍ଣ ଭାବେ ରହିଛି. କେତେବେଳେ ଯଦି ଅଧିକ ବର୍ଷା ହୁଏ ତାହେଲେ ତିନି ଶିଶୁ ଏବଂ ମାଁଙ୍କ ଜୀବନ ପ୍ରତିଯେ ନିଶ୍ଚିତ ବିପଦ ଅଛି ତାହା ଯିଏ ଦେଖୁଛି ସେ ସରକାରଙ୍କ ମାଳମାଳ ଯୋଜନାଏବଂ ଗରିବଙ୍କ ମୁଣ୍ଡ ଉପରେ ଛାତର ସ୍ଲୋଗାନ ପ୍ରତି ଆଙ୍ଗୁଳି ନିର୍ଦେଶ କରୁଛି।
ଏତେ ଦୟନୀୟ ଅବସ୍ଥାରେ ରହୁଥିବା ଦୁଇ ବିଧବା ମହିଳା ସମେତ ତିନି ଶିଶୁ ପୁତ୍ର କିଭଳି ବର୍ତ୍ତମାନ ସୁରକ୍ଷିତ ଜୀବନ ଜୀଇଁବେ ସେ ନେଇ ପାର୍ବତୀ ବିନ୍ଧାଣି ଚିନ୍ତାରେ ରହିଛନ୍ତି l ଦିନ ମଜୁରୀ କାମ କରି ତିନି ଛୁଆଙ୍କୁ ମଣିଷକରିବାକୁ ସ୍ୱପ୍ନ ଦେଖୁଥିବା ପାର୍ବତୀଙ୍କ ସମସ୍ୟାକୁ ସରକାର ତୁରନ୍ତ ଧ୍ୟାନଦେଇ ସମାଧାନ କରନ୍ତୁ ବୋଲି ବିଧବା ମହିଳା ପାର୍ବତୀ ବିନ୍ଧାଣି ଅନୁରୋଧ କରିଛନ୍ତି



