www.samajalive.in
Monday, December 8, 2025
27.1 C
Bhubaneswar

ୟୁକ୍ରେନ୍‌ର ଆକ୍ରମଣ ବୃଦ୍ଧି ପରେ ରୁଷରେ ମଙ୍ଗଳବାର ଯାଏଁ ଶିକ୍ଷାନୁଷ୍ଠାନ ସହ ମଲ୍ ବନ୍ଦ

ନୂଆଦିଲ୍ଲୀ: ରୁଷିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଜାରି ରହିଛି।  ଶନିବାର ଦ୍ୱିତୀୟ ଦିନ ଥିବାବେଳେ ରବିବାର ଭୋଟିଂ ପାଇଁ ଶେଷ ଦିନ ରହିଛି । ଦୁଇ ଦିନ ମଧ୍ୟରେ ବହୁ ସଂଖ୍ୟକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ତେବେ ପୁଟିନଙ୍କୁ ବିରୋଧ କରି ଏବଂ ୟୁକ୍ରେନ ଯୁଦ୍ଧରେ  ଅସନ୍ତୋଷ ପ୍ରଦର୍ଶନ କରି ବିରୋଧୀଙ୍କ ଏକ ବର୍ଗ ରବିବାର ଭୋଟ୍ ବର୍ଜନ କରବାକୁ ଆହ୍ବାନ କରିଛନ୍ତି। ଦେଶରେ ଦୁଇ ଦିନିଆ ଭୋଟ୍ ସମୟରେ ପ୍ରାୟ ୨୦ ଟି ଭଙ୍ଗାରୁଜା, ହିଂସା ଏବଂ ବିରୋଧର ଘଟଣା ଘଟିଛି। ଏହି ଘଟଣାରେ ପୋଲିସ କିଛି ଲୋକଙ୍କୁ ଗିରଫ କରିଛି।  ଶନିବାର ଭୋଟ୍ ସମୟରେ ୟୁକ୍ରେନର ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ରୁଷିଆର ଆଭ୍ୟନ୍ତରୀଣ ଅଞ୍ଚଳ ଉପରେ ପୁଣି ଥରେ ଆକ୍ରମଣ କରିଥିଲା। ତେଣୁ ୟୁକ୍ରେନର ଆକ୍ରମଣ ବୃଦ୍ଧି ପରେ ସ୍କୁଲ, କଲେଜ ଓ ମଲ୍ ବନ୍ଦ। ରୁଷିଆର ବେଲଗରଡରେ ମଙ୍ଗଳବାର ଯାଏଁ ଶିକ୍ଷାନୁଷ୍ଠାନ ସହ ମଲ ବନ୍ଦ କରାଯାଇଛି। ୟୁକ୍ରେନ୍ ସୀମାନ୍ତରେ ବେଲଗରଡ ଥିବାରୁ ବନ୍ଦ ଘୋଷଣା କରାଯାଇଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories