www.samajalive.in
Tuesday, December 9, 2025
15.1 C
Bhubaneswar

ଠେଲାରେ ବିକ୍ରି ହେଉଥିଲା ମ୍ୟାଗି: ସମସ୍ତେ କହିଲେ, ‘ମ୍ୟାଗି ସହିତ ରୋଗ ମାଗଣା’

ନୂଆଦିଲ୍ଲୀ : ଅନେକ ହାଟ ବଜାରରେ ଠେଲାରେ ବିଭିନ୍ନ ପ୍ରକାର ଖାଦ୍ୟ ବିକ୍ରି ହୋଇଥାଏ । ସମସ୍ତଙ୍କୁ ତାହା ପସନ୍ଦ ମଧ୍ୟ ଆସିଥାଏ । କିନ୍ତୁ ତାହା କେମିତି ପ୍ରସ୍ତୁତ ହେଉଛି ବା କେଉଁ ଭଳି ସ୍ଥାନରେ ବିକ୍ରି ହେଉଛି ସେଥିପାଇଁ କେହି ନଜର ପକାନ୍ତିନି । ଏବେ ସାମାଜିକ ଗଣମାଧ୍ୟମରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ଆପଣଙ୍କୁ ଏସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ କରିବ ।

- Advertisement -

ଏକ ବଜାରରେ ଖୋଲାରେ ବିକ୍ରି ହେଉଛି ମ୍ୟାଗି । ଲୋକେ ତାକୁ ଓଜନ କରି କିଣିନେଉଛନ୍ତି । କିନ୍ତୁ ଏଥିରେ ଅନେକ ଧୁଳି ବାଲି ଉଡିକି ମିଶୁଛି । ଏହା ସ୍ପଷ୍ଟ ନଜର ମଧ୍ୟ ଆସୁଛି । ବିକୁଥିବା ଲୋକ ଜଣକ ଗ୍ରାହକଙ୍କ ଓଜନ କରି ମ୍ୟାଗି ଦେଉଛନ୍ତି । ତା ମସଲା ପ୍ୟାକେଟ୍ ମଧ୍ୟ ଦେଉଛନ୍ତି । ଭିଡିଓଟି ଭାଇରାଲ ହେବା ପରେ ସାମାଜିକ ଗଣମାଧ୍ୟମରେ ଲୋକେ ଏହାକୁ ନେଇ ଚର୍ଚ୍ଚା କରୁଛନ୍ତି । ଏପରିକି ଏହାର ଏକ୍ସପାୟରୀ ତାରିଖ ମଧ୍ୟ ସରିଯାଇଥିବା ସମସ୍ତେ କହୁଛନ୍ତି । କିଛି ଲୋକ କହୁଛନ୍ତି କି ଏହି ମ୍ୟାଗି ସହିତ ରୋଗ ମାଗଣା ମିଳୁଛି ।

ଭିଡିଓକୁ ଏପର୍ଯ୍ୟନ୍ତ ୪୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ସମସ୍ତେ ଏହାକୁ ସେୟାର କରିବା ସହ ସଚେତନ ହେବା ପାଇଁ କ୍ୟାପ୍ସନ ଦେଉଛନ୍ତି । ପ୍ରତିକ୍ରିୟା ରଖି ଏଭଳି ଖାଦ୍ୟକୁ ନଖାଇବା ପାଇଁ ମଧ୍ୟ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories