www.samajalive.in
Saturday, December 13, 2025
26.1 C
Bhubaneswar

ପେଟିଏମ୍ ପେମେଣ୍ଟ ବ୍ୟାଙ୍କରେ ହେବ ଛଟେଇ, ଚିନ୍ତାରେ କର୍ମଚାରୀ

ନୂଆଦିଲ୍ଲୀ : ପେଟିଏମର ପ୍ୟାରେଣ୍ଟ କମ୍ପାନୀ ଓ୍ବନ୯୭ କମ୍ୟୁନିକେସନ ନିଜ ବାର୍ଷିକ ଆଧାରରେ ହେଉଥିବା କାର୍ଯ୍ୟ ପ୍ରଦର୍ଶନ ସମୀକ୍ଷା କରିବାକୁ ପ୍ରସ୍ତୁତ ହେଉଛି । ଏଭଳି କ୍ଷେତ୍ରରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କରୁ ଅନେକ କର୍ମଚାରୀଙ୍କ ଛଟେଇ କରାଯାଇପାରେ । ନିକଟରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ରିଜର୍ଭ ବ୍ୟାଙ୍କ କଡା କାର୍ଯ୍ୟାନୁଷ୍ଠାନ ନେଇଛି । ତେବେ ଏହି ଛଟେଇରେ କେତେ ଲୋକଙ୍କ ଚାକିରି ଯିବ ସେନେଇ କିଛି ସୂଚନା ମିଳିନି । କିନ୍ତୁ କିଛି ବିଭାଗକୁ ନିଜ ଟିମର ଆକାର ୨୦ ପ୍ରତିଶତ ପର୍ଯ୍ୟନ୍ତ କମ୍ କରିବା ପାଇଁ କୁହାଯାଇଛି ।

ସୂଚନା ଅନୁସାରେ ଛଟେଇର ବିପଦ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର କର୍ମଚାରୀଙ୍କ ଉପରେ ସବୁଠାରୁ ଅଧିକ ରହିଛି । ପେଟିଏମ୍ ଓ୍ବାଲେଟ୍ କଥା କହିବା ତ କମ୍ପାନୀ ବର୍ତ୍ତମାନ ବାର୍ଷିକ ଆଧାରରେ ହେଉଥିବା ପ୍ରଦର୍ଶନର ସମୀକ୍ଷା କରୁଛି । ମୂଲ୍ୟାଙ୍କନ ଏବଂ ଭୂମିକା ଆଧାରରେ ଏହାର ଫଳାଫଳ ଆସିପାରେ । ଏହି ଫଳାଫଳ ଗୁରୁତ୍ବପୂର୍ଣ୍ଣ କାରଣ ଏହା ଛଟେଇରୁ ଭିନ୍ନ ।

- Advertisement -

ରିଜର୍ଭ ବ୍ୟାଙ୍କ ଦ୍ବାରା ପେଟିଏମର ପାର୍ଟନର ବ୍ୟାଙ୍କ ଏବଂ ତାର ସହାୟକ କମ୍ପାନୀ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ ଉପରେ ୩୧ ଜାନୁୟାରୀରେ କଡା କାର୍ଯ୍ୟାନୁଷ୍ଠାନ ପରଠୁ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର କର୍ମଚାରୀ ପିଙ୍କ ସ୍ଲିପ୍ ମିଳିବା ନେଇ ଚିନ୍ତିତ ଅଛନ୍ତି । ଯଦିଓ ପେଟିଏମ୍ ଗ୍ରୁପ୍ ନିଜ ବ୍ୟବସାୟ ବ୍ୟବସ୍ଥିତ କରିବା ପାଇଁ ସବୁ ସମ୍ଭବ ଚେଷ୍ଟା କରୁଛି । ଅନ୍ୟପଟେ ଅନିଶ୍ଚିତତା ଭିତରେ ବିଭିନ୍ନ କ୍ଷେତ୍ରର କର୍ମଚାରୀ ସୁରକ୍ଷିତ ବିକଳ୍ପର ସନ୍ଧାନ କରୁଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories