www.samajalive.in
Saturday, December 13, 2025
26.1 C
Bhubaneswar

କେନ୍ଦ୍ର ସରକାରଙ୍କ ନିଷ୍କ୍ରିୟତା, ରେଲୱେ ଓଭରବ୍ରିଜ ନିର୍ମାଣ ସାତ ସପନ

ରେଙ୍ଗାଲିକ୍ୟାମ୍ପ : ଅତାବିରା-ପାହାଡ଼ଶ୍ରୀଗିଡା ଗ୍ରାମ୍ୟ ଉନ୍ନୟନ ରାସ୍ତାରେ ରହିଥିବା ରେଲୱେ ଗେଟ୍ ପାଇଁ ଅଞ୍ଚଳର ହଜାର ହଜାର ଯାତ୍ରୀ ଲକ୍ଷ୍ୟସ୍ଥଳକୁ ଠିକ୍ ସମୟରେ ପହଞ୍ଚି ପାରୁନାହନ୍ତି। ଯାହା ଫଳରେ ଏହି ରେଲୱେ ଗେଟ୍ ପାଖରେ ଗୋଟିଏ ଓଭରବ୍ରିଜ ନିର୍ମାଣ କରିବା ପାଇଁ ୨୦୧୭ ମସିହା ସେପ୍ଟେମ୍ବର ମାସରେ ପୂର୍ବତଟ ରେଳପଥର ସମ୍ବଲପୁର କାର୍ଯ୍ୟାଳୟରେ ଡିଆରଏମଙ୍କୁ ସାକ୍ଷାତ କରି ଏକ ଲିଖିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ଅଞ୍ଚଳବାସୀଙ୍କ ଏହି ଦାବିପତ୍ରକୁ ଗୁରୁତ୍ୱ ଦେଇ ଡିଆରଏମଙ୍କ ନିର୍ଦ୍ଦେଶକ୍ରମେ ୨୦୧୮ ମସିହା ଜାନୁଆରୀ ମାସରେ ଏକ ଟିମ୍ ରେଲୱେ ଗେଟର ପୂର୍ବ ଦିଗରେ(ଅନ୍ୟୁନ ୫୦୦ ମିଟର ମଧ୍ୟରେ) ରେଳପଥର ଉଭୟ ପାର୍ଶ୍ଵରେ ଥିବା ରାସ୍ତାର ଲମ୍ବ, ପ୍ରସ୍ତ, ଉଚ୍ଚତା, ଜନବସତି ଇତ୍ୟାଦିକୁ ନିରୀକ୍ଷଣ କରିବା ପାଇଁ ଆସିଥିଲେ। ଏପରିକି ରେଳପଥ ଦୋହରୀକରଣ ହେବା ସମୟରେ ଗ୍ରାମ୍ୟ ଉନ୍ନୟନ ରାସ୍ତା କଡ଼ରେ ଥିବା ଏକ ବିଶାଳକାୟ ଖାଲୁଆ ସ୍ଥାନକୁ ପଥର ପକାଇ ଭର୍ତ୍ତି କରାଯାଇଥିଲା ଓ ଅପର ପାର୍ଶ୍ବର କେନାଲ ପାଖର ଖାଲି ସ୍ଥାନରେ ପଥର ଓ ମାଟି ପଡିଥିଲା। ଯାହାକୁ ଦେଖି ଲୋକଙ୍କ ମଧ୍ୟରେ ରେଲୱେ ଓଭରବ୍ରିଜ ହେବାର ଆଶା ସଞ୍ଚାର ହୋଇଥିଲା। ଏପରିକି ଯାତ୍ରୀମାନଙ୍କ କହିବା ଅନୁଯାୟୀ ରେଲୱେ ଗେଟ୍ ପଡିଥିବା ସମୟରେ ଉଭୟ ପାର୍ଶ୍ବରେ ଅଟକି ରହିଥିବା ଯାତ୍ରୀମାନଙ୍କର ଗହଳିକୁ କିଛି ସରକାରୀସ୍ତରୀୟ ଅଧିକାରୀ, ଯନ୍ତ୍ରୀମାନଙ୍କର ନିରୀକ୍ଷଣ ହୋଇଥିବା ଚର୍ଚ୍ଚା ହେଉଛି। ଏହାପରେ ଅତାବିରା ରେଲୱେ ଷ୍ଟେସନ ଗସ୍ତରେ ଆସିଥିବା ଡିସିଏମଙ୍କୁ ସାକ୍ଷାତ କରି ଓଭରବ୍ରିଜ ନିର୍ମାଣ ପାଇଁ ମୌଖିକ ଭାବରେ ଆଲୋଚନା ମଧ୍ୟ କରାଯାଇଥିଲା। ହେଲେ ଆଜି ପର୍ଯ୍ୟନ୍ତ ଏହି ରେଲୱେ ଓଭରବ୍ରିଜ ନିର୍ମାଣ ହେବାର ଦାବି ବିଷୟରେ କୌଣସି ସୂଚନା ମିଳୁ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସୂଚନାଯୋଗ୍ୟ ଯେ, ଏହି ରେଲୱେ ଗେଟ ଟିର ଗୋଟିଏ ପାର୍ଶ୍ଵରେ ରେଲୱେ ଷ୍ଟେସନ, ଜାତୀୟ ରାଜପଥ ୫୩, ଅତାବିରା ବ୍ଳକ, ତହସିଲ, ପୁଲିସ ଷ୍ଟେସନ, ଗୋଷ୍ଠୀ ଚିକିତ୍ସାଳୟ, ବ୍ୟାଙ୍କ, ସ୍କୁଲ, କଲେଜ, ଧାନ ମାର୍କେଟ ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଥିବା ବେଳେ ଅପର ପକ୍ଷର୍ଶ୍ୱରେ ଅନ୍ୟୁନ ୭ ଗୋଟି ଗ୍ରାମପଞ୍ଚାୟତର କାର୍ଯ୍ୟାଳୟ ସହିତ ପାହାରଶ୍ରୀଗିଡାରେ ବ୍ୟାଙ୍କ, ସ୍କୁଲ, କଲେଜ, ସ୍ୱାସ୍ଥ୍ୟକେନ୍ଦ୍ର,ସାପ୍ତାହିକ ବଜାର ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ରହିଛି। ଏପରିକି ଏହି ରାସ୍ତା ଦେଇ ହୀରାକୁଦ ଜଳଭଣ୍ଡାରକୁ ଯାତାୟାତ କରିଥାନ୍ତି। ବିଗତ ୬ ମାସ ପୂର୍ବରୁ ଏହି ରାସ୍ତା ଦେଇ ମହାନଦୀ ଟ୍ରିବ୍ୟୁନାଲ ଟିମ୍ ମଧ୍ୟ ଗସ୍ତ କରି ବରଗଡ଼ ମୁଖ୍ୟ କେନାଳ ଓ ହୀରାକୁଦ ଜଳଭଣ୍ଡାରକୁ ନିରୀକ୍ଷଣ କରିଥିଲେ। କିନ୍ତୁ ଏହି ରେଲୱେ ଟ୍ରାଫିକ ସମସ୍ୟା ଉପରେ କାହାରି ଦୃଷ୍ଟି ପଡି ନଥିଲା । ଏପରିକି ଅତାବିରା ଷ୍ଟେସନ ରେ ଇଣ୍ଟର୍ସିଟି ଟ୍ରେନର ରହଣିକୁ ନେଇ ମଧ୍ୟ ଅଞ୍ଚଳବାସୀଙ୍କର ଦୀର୍ଘ ଦିନର ଦାବି ରହିଛି। ହେଲେ ରେଳ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହି ଗ୍ରାମ୍ୟ ଉନ୍ନୟନ ରାସ୍ତାଟି ଅତ୍ୟନ୍ତ ଆବଶ୍ୟକୀୟ ଓ ଏହି ରେଲୱେ ଗେଟ୍ ପାଖରେ ଓଭରବ୍ରିଜ ନିର୍ମାଣ କରିବା ପାଇଁ ଉପଯୁକ୍ତ ସ୍ଥାନ ବୋଲି ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ତୁରନ୍ତ ରେଳବିଭାଗ ପକ୍ଷରୁ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories