www.samajalive.in
Monday, December 8, 2025
27.1 C
Bhubaneswar

ଇରାନ ବାଣ ମହୋତ୍ସବରେ ବିସ୍ଫୋରଣ – ୧୫ ମୃତ, ୪ ହଜାରରୁ ଅଧିକ ଆହତ

ଡେସ୍କ: ଇରାନର ବାଣ ମହୋତ୍ସବରେ ବିସ୍ଫୋରଣ ଘଟି ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ହଜାର ଲୋକ ଆହତ ହୋଇଛନ୍ତି। ଏହି ଘଟଣା ରାଜଧାନୀ ତେହେରାନରେ ଘଟିଛି ଯେଉଁଠାରେ ନଓରୁଜ ପୂର୍ବରୁ ଇରାନୀମାନେ ଗତ ବୁଧବାର ଦିନ ପାଳନ କରିବାକୁ ଏକତ୍ରିତ ହୋଇଥିଲେ।

ପାହାଡ଼ କାଟି ଚାଷ ଜମିକୁ ପାଣି ଯୋଗାଇଲେ ୭୨ ବର୍ଷୀୟ ନିରକ୍ଷର ଇଞ୍ଜିନିୟର

- Advertisement -

ଇରାନ ଜାତୀୟ ମେଡିକାଲ ଜରୁରୀକାଳୀନ ସଂଗଠନର ମୁଖପାତ୍ର କହିଛନ୍ତି ଯେ ଚଳିତ ବର୍ଷ ଆହତଙ୍କ ମଧ୍ୟରୁ ୭୨ ପ୍ରତିଶତ ୨୨ ବର୍ଷରୁ କମ୍ ବୟସର। ଫେବ୍ରୁଆରି ୨୦ରୁ ମାର୍ଚ୍ଚ ୧୨ ମଧ୍ୟରେ ହୋଇଥିବା ଏହି ଉତ୍ସବରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରୁ ୫୬୫ ଜଣ ଏବେ ବି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୩୮ ଜଣ ଆଇସିୟୁରେ ଅଛନ୍ତି। ଏବେ ବି ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

କାର୍‌ ସିଟ୍‌ବେଲ୍ଟରେ ଥିବା ଏହି ସିକ୍ରେଟ୍‌ ବଟନ୍‌ ବିଷୟରେ ଜାଣନ୍ତି କି? ହୋଇଥାଏ ବେଶ୍‌ ଉପଯୋଗୀ

ଗତବର୍ଷ ତୁଳନାରେ ଚଳିତ ବର୍ଷ ମୃତ୍ୟୁ ସଂଖ୍ୟାରେ ୨୧ ପ୍ରତିଶତ ଏବଂ ଆହତଙ୍କ ସଂଖ୍ୟାରେ ୧୩ ପ୍ରତିଶତ ବୃଦ୍ଧି ଘଟିଥିବାରୁ ଅଗ୍ନିକାଣ୍ଡର ଗମ୍ଭୀର ପରିଣାମ ଦେଖିବାକୁ ମିଳିଛି ବୋଲି କୁହାଯାଇଛି। ଚଳିତ ବର୍ଷ ବିସ୍ଫୋରଣରେ ୨୫୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫୯୪ ଜଣ ଆଖିରେ ଆଘାତ ପାଇଥିଲେ। ଏହି ଅଗ୍ନିକାଣ୍ଡରେ ୧୨୦୦ରୁ ଅଧିକ ଲୋକ ପୋଡ଼ି ଯାଇଥିବା ମୁଖପାତ୍ର ସୂଚନା ଦେଇଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories