www.samajalive.in
Saturday, December 13, 2025
26.1 C
Bhubaneswar

ବିପଦ ଆସିଲେ ପରମାଣୁ ଆକ୍ରମଣରେ ଆଦୌ ବିଳମ୍ବ କରିବୁନି.. ହଠାତ୍‌ ଆମେରିକା ଉପରେ କାହିଁକି ଖପ୍ପା ପୁଟିନ୍‌?

ନୂଆଦିଲ୍ଲୀ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପୁଣି ଥରେ ପରମାଣୁ ଅସ୍ତ୍ରର ବ୍ୟବହାର କରିବା ବିକଥା କହିଛନ୍ତି। ସେ କହିଛନ୍ତି, ଯଦି ଦେଶ ଉପରେ କୌଣସି ବିପଦ ଆସେ ତେବେ ସେ ପରମାଣୁ ଅସ୍ତ୍ର ବ୍ୟବହାର କରିବାରେ ଆଦୌ ବିଳମ୍ବ କରିବେ ନାହିଁ। ରୁଷ୍‌ର ସୁରକ୍ଷା ଏବଂ ସ୍ୱାଧୀନତା ପ୍ରତି ଆଞ୍ଚ୍‌ ଆସିଲେ ସେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ ଅଛନ୍ତି। ପୁଟିନ୍ ଆମେରିକାଠାରୁ ଆଶା ପ୍ରକଟ କରିଛନ୍ତି ଯେ, ସେ ମଧ୍ୟ ଏଥିପ୍ରତି ନିଶ୍ଚିତ ଧ୍ୟାନ ଦେବ।

ପୁଟିନ୍ କହିଛନ୍ତି ଯେ, ଯଦି ଦେଶର ସାର୍ବଭୌମତ୍ୱ ଏବଂ ସ୍ବାଧୀନତା ପ୍ରତି କୌଣସି ବିପଦ ଆସେ, ତେବେ ସେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ ଅଛନ୍ତି। ସେ ଆଶା ପ୍ରକଟ କରିଛନ୍ତି ଯେ, ଆମେରିକା ଏଭଳି ସମସ୍ତ ପଦକ୍ଷେପଠାରୁ ଦୂରେଇ ରହିବ, ଯାହା ପରମାଣୁ ଯୁଦ୍ଧକୁ ଜନ୍ମ ଦେଇପାରେ। ପାଶ୍ଚାତ୍ୟ ଦେଶକୁ ଚେତାବନୀ ଦେଇଥିବା ପୁଟିନ୍‌ଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି, ଯେତେବେଳେ ଏହି ସପ୍ତାହରେ ରୁଷ୍‌ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଯେଉଁଥିରେ ସେ ଆଗାମୀ ୬ ବର୍ଷ ପାଇଁ ନିର୍ବାଚିତ ହେବା ପ୍ରାୟ ନିଶ୍ଚିତ ବୋଲି ବିବେଚନା କରାଯାଉଛି।

- Advertisement -

ରୁଷ୍‌ର ସରକାରୀ ଟେଲିଭିଜନ ଚ୍ୟାନେଲକୁ ଦେଇଥିବା ଏକ ସାକ୍ଷାତକାରରେ ପୁଟିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଜଣେ ଅଭିଜ୍ଞ ରାଜନେତା ବୋଲି କହିଛନ୍ତି ଏବଂ କହିଛନ୍ତି ଯେ, ସେ ଉତ୍ତେଜନା ବୃଦ୍ଧି ହେବାର ସମ୍ଭାବ୍ୟ ବିପଦକୁ ସମ୍ପୂର୍ଣ୍ଣ ଭାବେ ବୁଝନ୍ତି। ସେ କହିଛନ୍ତି ଯେ, ବିଶ୍ବ ପରମାଣୁ ଯୁଦ୍ଧ ଆଡକୁ ଗତି କରୁଛି ବୋଲି ସେ ଭାବନ୍ତି ନାହିଁ। କିନ୍ତୁ ସେ ଏ କଥା ଉପରେ ମଧ୍ୟ ଜୋର୍‌ ଦେଇଛନ୍ତି ଯେ ରୁଷ୍‌ର ପରମାଣୁ ବଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ। ୨୦୨୨ ମସିହା ଫେବୃଆରୀରେ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିବା ପରଠାରୁ ଏହି ରୁଷୀୟ ନେତା ବାରମ୍ବାର ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ପ୍ରସ୍ତୁତ ଥିବା ଦର୍ଶାଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories