www.samajalive.in
Saturday, December 13, 2025
26.1 C
Bhubaneswar

ଟାୟାର ଚୋର ଗିରଫ, ସମସ୍ତ ଟାୟାର ଜବତ

କେନ୍ଦୁଝରଗଡ : କେନ୍ଦୁଝର ଟାଉନ ଥାନା ଅଧିନ ୨୦ନଂ ଜାତୀୟ ରାଜପଥ କେନ୍ଦୁଝର ବାଇପାସରେ ହିଲ ଭ୍ୟୁ ହୋଟେଲ ନିକଟରେ ଥିବା ଏକ ଟାୟାର ଦୋକାନର ଚଳିତମାସ ୭ ତାରିଖ ୨୪ଟି ଟ୍ରକ ଟାୟାର ଓ ୨ଟି ବୋଲେରୋ ଟାୟର ଚୋରି ହୋଇଥିବା ନେଇ ଟାୟାର ଦୋକାନ ମାଲିକ ଠାକୁରପାଟଣା ଗ୍ରାମର ଚକ୍ରଧର ସାହୁ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତକାରୀ ଅଧିକାରୀ ଟାଉନ ଥାନା ଏଏସ୍‌‌ଆଇ ଅନାମ ମହାନ୍ତ ଏହି ମାମଲାରେ ତଦନ୍ତକରି ଅନଗୁଳ ଜିଲା ଖମାର ଥାନା ଅଧିନ ଖମାର ଗ୍ରାମର ମହମ୍ମଦ ସାହାବୁଦ୍ଦିନଙ୍କୁ ବୁଧବାର ଗିରଫ କରିବା ସହ ତାଙ୍କ ନିକଟରୁ ସମସ୍ତ ଚୋରି ଟାୟାର ମଧ୍ୟ ଜବତ କରିବାକୁ ସକ୍ଷମ ହୋଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଅନଗୁଳ ଜିଲା ବଅଁରପାଳ ଥାନା ଅଞ୍ଚଳର ନୂଆହାଟ ଗ୍ରାମର ଗଣେଶ ସାହୁ ଫେରାର ଥିବାବେଳେ ତାକୁ ମଧ୍ୟ ଖୁବ୍‌‌ ଶିଘ୍ର ଗିରଫ ନେଇ ଉଦ୍ୟମ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ଶ୍ରୀ ମହାନ୍ତ କହିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories