www.samajalive.in
Saturday, December 13, 2025
26.1 C
Bhubaneswar

ମାଗଣା ଆଧାର ଅପଡେଟ୍ ସମୟସୀମା ବଢିଲା, ପୁଣି ୩ ମାସ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଧାର ତଥ୍ୟକୁ ମାଗଣାରେ ଅପଡେଟ୍ କରାଇବାର ଶେଷ ତାରିଖକୁ ୧୪ ଜୁନ୍ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଏହା ପୂର୍ବରୁ ଏହି ସମୟ ସୀମା ୧୪ ମାର୍ଚ୍ଚ ଥିଲା । ଏବେ ୟୁଆଇଡିଏଆଇ ଦ୍ବାରା ୧୪ ଜୁନ୍ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

ପୂର୍ବରୁ ୟୁଆଇଡିଏଆଇ କହିଥିଲା କି ନାଗରିକଙ୍କ ତରଫରୁ ସକାରାତ୍ମକ ଜବାବ ମିଳିବା ପରେ ଆଧାରରେ ଏହି ସୁବିଧାକୁ ୩ ମାସ ପାଇଁ ବଢାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ଯାହା ୧୫ ଡିସେମ୍ବର ୨୦୨୩ରୁ ଆରମ୍ଭ କରି ୧୪ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ରହିବ । ଏହି ଅନୁସାରେ ଦସ୍ତାବେଜ ଅପଡେଟର ସୁବିଧା ମାଇଁଆଧାର ପୋର୍ଟାଲ ଜରିଆରେ ମାଗଣାରେ ଜାରି ରହିବ । ଏବେ ସେହିଭଳି ସମସସୀମାକୁ  ଆଉ ୩ ମାସ ଅର୍ଥାତ୍ ୧୪ ଜୁନ୍ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି ।

- Advertisement -

ନାଁ, ଠିକଣା ଏବଂ ଅନ୍ୟ ବ୍ୟକ୍ତିଗତ ତଥ୍ୟକୁ ୟୁଆଇଡିଏଆଇର ଓ୍ବେବସାଇଟରେ ମାଗଣାରେ ଅପଡେଟ୍ କରାଯାଇହେବ । କିନ୍ତୁ ଏହି ଅପଡେସନ କମନ ସର୍ଭିସ ସେଣ୍ଟର୍ସରେ ମଧ୍ୟ କରିହେବ ଏବଂ ଏଥିପାଇଁ ୫୦ ଟଙ୍କା ପୈଠ କରିବାକୁ ହେବ । ତେଣୁ ଏହି ସମୟ ସୀମା ପୂର୍ବରୁ ଆପଣ ଏହାକୁ ଅପଡେଟ୍ କରିପାରିବେ । ଆପଣ ଆଧାରର ଅଫିସିଆଲ୍ ଓ୍ବେବସାଇଟ https://uidai.gov.in/ କୁ ଯାଇ ମଧ୍ୟ କରିପାରିବେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories