www.samajalive.in
Monday, December 8, 2025
24.1 C
Bhubaneswar

ବିଶ୍ଵ ସ୍ତରରେ କଳାହାଣ୍ଡି ଝିଅଙ୍କ କୃତିତ୍ୱ

ଭବାନୀପାଟଣା: ଭବାନୀପାଟଣା ସହର କେସିଙ୍ଗା ରୋଡ୍‌ ଅଞ୍ଚଳର ବାସିନ୍ଦା ସତୱନ୍ତ ସିଂହ ଏବଂ ସତିନ୍ଦର୍ କୌରଙ୍କ ଝିଅ ଚସ୍ମିତ୍ କୌର ୱାର୍ଲ୍ଡ ୟୁଥ୍ ଫେଷ୍ଟିଭାଲରେ ଯୋଗଦେଇ କୃତିତ୍ୱ ହାସଲ କରିଛନ୍ତି। ମହିଳା ସଶକ୍ତିକରଣ ଉପରେ ଦିକ୍ଷାନ୍ତ ବକ୍ତବ୍ୟ ରଖି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିପାଇଁ ତାଙ୍କୁ କଠିନ ପ୍ରବେଶିକା ପରୀକ୍ଷା ଦେବାକୁ ପଡ଼ିଥିଲା। ବର୍ତ୍ତମାନ ମୁମ୍ବଇ ବିଶ୍ଵ ବିଦ୍ୟାଳୟରେ ଆଇନ ପଢୁଥିବା ଚସ୍ମିତ ଭବିଷ୍ୟତରେ ଜଣେ ବିଚାରପତି ହେବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ବିଶ୍ଵସ୍ତରୀୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଚସ୍ମିତ କଳାହାଣ୍ଡି ପାଇଁ ଗର୍ବ ଆଣିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଫେବୃଆରୀ ୨୮ ତାରିଖରେ ଋଷ୍‌ର ସୋଚିରେ ୱାର୍ଲ୍ଡ ୟୁଥ୍ ଫେଷ୍ଟିଭାଲ ଆୟୋଜିତ ହୋଇଥିଲା। ଏଥିରେ ଓଡ଼ିଶାରୁ ଚସ୍ମିତଙ୍କ ସମେତ ୪ ଜଣ ଯୋଗ ଦେଇଥିବାବେଳେ ସମଗ୍ର ଦେଶରୁ ୩୬୦ ଜଣ ଯୋଗ ଦେଇଥିଲେ। ବିଶ୍ଵର ବିଭିନ୍ନ ଦେଶରୁ ୨୦ ହଜାରରୁ ଅଧିକ ଯୁବକ ଯୁବତୀ ଯୋଗ ଦେଇଥିବା ଜଣାପଡିଛି। ଏଭଳି କାର୍ଯ୍ୟକ୍ରମରେ ଯୋଗଦେଲେ ନିଜର ବ୍ୟକ୍ତିତ୍ଵର ବିକାଶ ହେବା ସହିତ ଅନ୍ୟ ଦେଶ ସଂକ୍ରାନ୍ତରେ ଜାଣିହୁଏ ବୋଲି ଚସ୍ମିତ କହିଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories