www.samajalive.in
Saturday, December 6, 2025
19.1 C
Bhubaneswar

କାହିଁକି ଖାଇବେ କିସ୍‌‌ମିସ୍‌‌..

ଖାଦ୍ୟ ବିଶେଷଜ୍ଞଙ୍କ ମତରେ ନିୟମିତ ଡ୍ରାଏଫ୍ରୁଟସ୍‌ ଖାଇବା ସ୍ବାସ୍ଥ୍ୟ ପାଇଁ ଉପକାରୀ। ଶୁଖିଲା ଅଙ୍ଗୁରରୁ ପ୍ରସ୍ତୁତ କିସ୍‌ମିସ୍‌କୁ ‘ସୁପରଫୁଡ୍‌’ର ମାନ୍ୟତା ମିଳିଥିବାବେଳେ ପିଲାଠାରୁ ବୟସ୍କ ସମସ୍ତେ ଦୈନିକ ଏହା ଖାଇପାରିବେ।
-ଯୁବତୀ ଓ ମହିଳାମାନେ ନିଜ କେଶ, ତ୍ବଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଚାହୁଁଥିଲେ, ପ୍ରତିଦିନ ୫-୭ଟି କଳା କିସ୍‌ମିସ୍‌ ଖାଇବା ଭଲ। ରାତିରୁ ପାଣି ଏକ ଗିଲାସ କିମ୍ବା କପ୍‌ରେ ନେଇ ସେଥିରେ କିସ୍‌ମିସ୍‌କୁ ବତୁରାଇ ରଖିବେ। ସକାଳୁ ଉଠିବା ପରେ ଦାନ୍ତଘଷା ପରେ ପ୍ରଥମେ ଏହା ଖାଇ ପରେ ଜଳଖିଆ ଖାଆନ୍ତୁ। ୩-୪ମାସ ନିୟମିତ ଖାଇବା ପରେ ନିଜେ ଫରକ୍ ଜାଣିପାରିବେ।
-ଭିଟାମିନ୍, ଆଣ୍ଟିଅକ୍ସିଡାଣ୍ଟ, ଫାଇଟୋ-ନ୍ୟୁଟ୍ରିଏଣ୍ଟସ୍, ପଲିଫିନୋଲ୍ସ ଆଦି ପୋଷକତତ୍ତ୍ବ ଭରପୂର କିସ୍‌ମିସ୍‌ ଖାଇଲେ ପେଟ ସଫା ରହିବା ସହ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ଫାଇବର୍‌ ତତ୍ତ୍ବ ଭରପୂର ଏହି ଡ୍ରାଏଫ୍ରୁଟସ୍ ପିଲାଙ୍କୁ ଦେଲେ ସେମାନଙ୍କ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିଥାଏ। ମା’ମାନେ ଏହା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ନିତାନ୍ତ ଜରୁରୀ।
ଫ୍ରୁକ୍ଟୋଜ୍ ଓ ଗ୍ଲୁକୋଜ୍ ଭରପୂର କିସ୍‌ମିସ୍‌ ଖାଇଲେ ଓଜନ ମଧ୍ୟ ଶୀଘ୍ର ବଢ଼ିଥାଏ। ପତଳା ଲୋକ କିସ୍‌ମିସ୍‌କୁ ବିିଭିନ୍ନ ବ୍ୟଞ୍ଜନରେ ବ୍ୟବହାର କରି ଖାଇବା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଭଲ।
-ଦୈନିକ କିସ୍‌ମିସ୍‌ ଖାଉଥିଲେ, କର୍କଟ ରୋଗ ହେବାର ଆଶଙ୍କା କମ୍ ହେଉଥିବାର ଅନୁଧ୍ୟାନରୁ ଜଣାପଡ଼ିଛି। ସକାଳ ହେଉ କିମ୍ବା ସନ୍ଧ୍ୟାବେଳା, ଯେ କୌଣସି ସମୟରେ ଏହା ୫-୬ଟି ଖାଇପାରନ୍ତି।
-ରକ୍ତଚାପକୁ ନିୟନ୍ତ୍ରଣ କରୁଥିବା କିସ୍‌ମିସ୍‌ ଶରୀରର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧିରେ ମଧ୍ୟ ସହାୟକ। ଅନିଦ୍ରା ରୋଗୀ ସକାଳବେଳା ଖାଲିପେଟରେ କିସ୍‌ମିସ୍‌ ଖାଇଲେ ସେମାନଙ୍କ ସମସ୍ୟା ଦୂର ହୋଇଥାଏ।
-ଓଜନକୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିବା ଲୋକ ମଧ୍ୟ ନିୟମିତ କିସ୍‌ମିସ୍‌ ଖାଇବା ଭଲ। ଚକୋଲେଟ୍ କିମ୍ବା ଅନ୍ୟ କୌଣସି ମିଠା ଖାଦ୍ୟ ଖାଇ ଓଜନ ବଢ଼ାଇବା ପରିବର୍ତ୍ତେ ବରଂ କିସ୍‌ମିସ୍‌ ୯-୧୦ଟି ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories