www.samajalive.in
Sunday, December 14, 2025
26.1 C
Bhubaneswar

ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ

ଭୁବନେଶ୍ବର : ଭାରତ ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସାମାଜିକ ଗଣମାଧ୍ୟମ ସାଇଟ ଏକ୍ସରେ ପୋଷ୍ଟ କରି ‘ମିଶନ ଦିବ୍ୟାସ୍ତ୍ର’ ପାଇଁ ଡିଆରଡିଓ  ବୈଜ୍ଞାନିକଙ୍କୁ ପ୍ରଶଂସା କରିଛନ୍ତି । ବାଲେଶ୍ବର ଅବଦୁଲ କଲାମ ଦ୍ବୀପରେ ଅଗ୍ନି-୫ର ସଫଳ ପରୀକ୍ଷଣ ହୋଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଏହି ଆନ୍ତଃମହାଦେଶୀୟ ବାଲିଷ୍ଟିକ୍ ମିସାଇଲ ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି । ଏହାର ୫ ହଜାର କିଲୋମିଟର ଲକ୍ଷ୍ୟ ଭେଦ କରିବାର କ୍ଷମତା ରହିଛି । ଏହାର ଲମ୍ବ ୧୭.୫ ମିଟର ଏବଂ ଓଜନ ୫୦ ଟନ୍ । କହିରଖୁଛୁ ଭାରତ ବ୍ୟତୀତ ଏହା ଚୀନ, ଫ୍ରାନ୍ସ, ଆମେରିକା, ଇସ୍ରାଏଲ, ଋଷ୍ ଏବଂ ଇଂଲଣ୍ଡ ପାଖରେ ରହିଛି ।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories