www.samajalive.in
Saturday, December 6, 2025
26.1 C
Bhubaneswar

କାହିଁକି ହଲିଉଡରେ କାମ କରୁନାହାଁନ୍ତି ଶାହାରୁଖ ଖାନ୍‌‌

ମୁମ୍ବାଇ: ୩୦ ବର୍ଷରୁ ଅଧିକ ସମୟ ହେବ ବଲିଉଡରେ ରାଜ କରୁଛନ୍ତି କିଙ୍ଗ ଖାନ ଶାହାରୁଖ। କିଙ୍ଗ ଖାନଙ୍କ ସହ ପ୍ରତ୍ୟେକ ହିରୋଇନ ରୋମାଣ୍ଡିକ୍‌‌ ପୋଜ୍‌‌ ଦେବା ହେଉ କି କାମ କରିବାକୁ ସ୍ୱପ୍ନ ଦେଖିଥାନ୍ତି। ବଲିଉଡର ଅନେକ ହିରୋ ଏବଂ ହିରୋଇନ ହଲିଉଡରେ କାମ କରିସାରିଥିବା ବେଳେ ଏପର୍ଯ୍ୟନ୍ତ କିଙ୍ଗ ଖାନ ହଲିଉଡରେ କିନ୍ତୁ କାମ କରିନାହାଁନ୍ତି। ହେଲେ ବି ହଲିଉଡରେ ତାଙ୍କ ପ୍ରଶଂସକ କିଛି କମ ନାହାଁନ୍ତି। କିଙ୍ଗ ଖାନ କାହିଁକି ହଲିଉଡରେ କାମ କରୁନାହାଁନ୍ତି ବୋଲି ପ୍ରଶ୍ନ ପଚାରିବାରୁ ନିଜେ ଏହାର ଉତ୍ତର ରଖିଛନ୍ତି।

ପୂର୍ବରୁ ଶାହାରୁଖ ଖାନ କହିଥିଲେ ଯେ ୨୦୦୮ରେ ହଲିଉଡ ଚଳଚ୍ଚିତ୍ର ‘SLUMDOG MILLIONAIRE ’ ପାଇଁ ଅଫର ମିଳିଥିଲା। କିନ୍ତୁ କୌଣସି କାରଣରୁ ସେ ଏହି ଫିଲ୍ମ କରିବାକୁ ମନା କରିଦେଇଥିଲେ। ଫିଲ୍ମରେ ଏକ ଟିଭି ଗେମ୍‌‌ ସୋ ପାଇଁ ଶାହାରୁଖ ଖାନଙ୍କୁ ହୋଷ୍ଟର ଭୂମିକା ପ୍ରଦାନ କରାଯାଇଥିଲା। ହେଲେ ଶାହାରୁଖ ଏହାକୁ ମନା କରିବାରୁ ଅନିଲ କପୁର ଏହି ଭୂମିକାରେ ଅଭିନୟ କରିଥିଲେ। ନିକଟରେ ଗଣମାଧ୍ୟମରେ ଏକ ସାକ୍ଷାତକାର ଦେଇ କିଙ୍ଗଖାନ କହିଛନ୍ତି ଯେ ଯଦି ସେମାନେ ତାଙ୍କ ପାଖକୁ ୪୬ବର୍ଷ ବୟସ୍କା ବ୍ରାଉନ ଭାରତୀୟ ବ୍ୟକ୍ତିଙ୍କ କାହାଣୀ ନେଇ ଆସିଥାନ୍ତେ ତେବେ ସେ ହଲିଉଡରେ କାମ କରିଥାନ୍ତେ। କାରଣ ସେହି ସମୟରେ ଅଭିନେତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ‘ମୁଁ ଜନ୍‌‌ ଟ୍ରାଭୋଲ୍ଟଙ୍କ ଠାରୁ ଭଲ ନୃତ୍ୟ କରିପାରିବି ନାହିଁ, ମୁଁ ଟ୍ରମ୍‌‌ କ୍ରୁଜ୍‌‌ ଠାର ସୁନ୍ଦର ଦେଖାଯାଏ ନାହିଁ। ସେମାନଙ୍କ ଭଳି ମୁଁ କରିପାରିବି ନାହିଁ, ସେଥିପାଇଁ ମୁଁ କିଛି ଆଶା କରେ ନାହିଁ ବୋଲି ଶାହାରୁଖ କହିଛନ୍ତି।

Hot this week

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

Related Articles

Popular Categories