www.samajalive.in
Wednesday, December 10, 2025
14.1 C
Bhubaneswar

ଶିରିଡି ସାଇବାବାଙ୍କ ପ୍ରତିମୂର୍ତ୍ତି ପ୍ରାଣ ପ୍ରତିଷ୍ଠା

କେନ୍ଦୁଝରଗଡ: କେନ୍ଦୁଝର ସହର ଉପକଣ୍ଠ ବାଁପାରସ୍ଥିତ ଶିରିଡି ସାଇ ମନ୍ଦିର ଶନିବାର ପ୍ରତିଷ୍ଠା ହୋଇଥିବା ବେଳେ ରବିବାର ଅପରାହ୍ନରେ ପୂଜ୍ୟ ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀଙ୍କ କରକମଳରେ ଶିରିଡି ସାଇବାବାଙ୍କ ପ୍ରତିମୂର୍ତ୍ତି ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଗୁରୁ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ୱାରା ଗୁରୁ ଭାଗବତ ଟୁଙ୍ଗି ଉଦଘାଟିତ ହୋଇଛି। ଉଦ୍‌‌ଘାଟନ ପରେ ସନ୍ଧ୍ୟାରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୩ଦିନବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ରବିବାର ଅନ୍ତିମ ଦିବସରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଯୋଗଦେଇ ପ୍ରଭୁ ଶ୍ରୀଶିରିଡି ସାଇବାବାଙ୍କ ପ୍ରଭୁକୃପା ଲାଭ ସହ ଗୁରୁ ଶ୍ରୀ ଶତପଥୀଙ୍କ ଆର୍ଶିବାଦ ଲାଭ କରିଥିଲେ।

ଶ୍ରୀ ଶିରିଡି ସାଇବାବା ସେବା ଚାରିଟେବୁଲ ଟ୍ରଷ୍ଟ ବାଁପାର ଗୋବିନ୍ଦପୁର କମିଟି ଟ୍ରଷ୍ଟି ପ୍ରଦୀପ ବାରିକ, ପିଣ୍ଟୁ ସେନାପତି, ସଞ୍ଜୁକ୍ତା ପାଣିଗ୍ରାହୀ, ରାଜ ଚାନ୍ଦଗୋଟିଆ, ଦୁର୍ଯ୍ୟୋଧନ ସେନାପତି, ପ୍ରୀତମ ରାଠୋର, ବିଶ୍ୱଜିତ ତ୍ରିପାଠୀ, ସୁନୀଲ ନାୟକ, ପ୍ରଶାନ୍ତ ସାମନ୍ତ, ତାପସ ଦଳବେହେରା, ରାଜେଶ ପରମାର, ସମିତ ରାଠୋର, ଦେବାନନ୍ଦ ସାହୁଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟାଙ୍କ ସକ୍ରିୟ ସହଯୋଗ ବଳରେ ୩ଦିନବ୍ୟାପୀ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପର୍ଣ୍ଣ ହୋଇଥିଲା। କମିଟି ପକ୍ଷରୁ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରାଯାଇôବା ବେଳେ ସନ୍ଧ୍ୟାରେ ମନ୍ଦିର ପରିସରରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମକୁ ଭକ୍ତଗଣ ବେଶ୍‌‌ ଉପଭୋଗ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories