www.samajalive.in
Thursday, December 11, 2025
18.1 C
Bhubaneswar

ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି, ଉପକୃତ ହେବେ ୩୩,୪୨୦ କର୍ମଚାରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀମାନଙ୍କ ପାଇଁ ବର୍ଷକୁ ୧୫ ଦିନର ସାମୟିକ ଛୁଟି ଏବଂ ମହିଳା କର୍ମଚାରୀମାନଙ୍କ ପାଇଁ ସବୈତନିକ ପ୍ରସୂତିକାଳୀନ ଛୁଟି ପ୍ରଦାନ କରିବା ନିମନ୍ତେ ଘୋଷଣା କରିଛନ୍ତି।

୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ଅଞ୍ଚଳରେ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର କର୍ମଚାରୀ ଓ ସେମାନଙ୍କ ସଂଘ ପକ୍ଷରୁ ଏ ବିଷୟରେ ପ୍ରସ୍ତାବ ଆସିଥିଲା। ମୁଖ୍ୟମନ୍ତ୍ରୀଙ୍କ ସହ ଏ ବିଷୟରେ ଆଲୋଚନା କରିବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଏହି ପ୍ରସ୍ତାବ ବିଷୟରେ ନିଷ୍ପତ୍ତି ନେଇଛନ୍ତି।

- Advertisement -

ଏହା ଦ୍ୱାରା ରାଜ୍ୟର ୨୫୬୦ ଉଚ୍ଚ ବିଦ୍ୟାଳୟ, ୯୪୦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୩୯ ସଂସ୍କୃତ ଟୋଲ ଏବଂ ୧୩୮ ମଦ୍ରାସା ରେ କାର୍ଯ୍ୟରତ ପ୍ରାୟ ୩୩, ୪୨୦ କର୍ମଚାରୀ (ଶିକ୍ଷକ ଓ ଅଣଶିକ୍ଷକ) ଉପକୃତ ହେବେ।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories