www.samajalive.in
Sunday, December 7, 2025
14.1 C
Bhubaneswar

କେନ୍ଦୁଝରଗଡ଼-ପାରାଦ୍ୱୀପ ଦୈନିକ ରେଳସେବା ଆରମ୍ଭ

କେନ୍ଦୁଝରଗଡ଼: ପୂର୍ବ ଘୋଷଣା ମୁତାବକ ପବିତ୍ର ମହାଶିବରାତ୍ରିଠାରୁ ପାରାଦ୍ୱୀପ-କେନ୍ଦୁଝରଗଡ଼ ଦୈନିକ ରେଳ ଯୋଗେ ଯାତ୍ରୀସେବା ଶୁକ୍ରବାର ଆରମ୍ଭ ହୋଇଛି। ସକାଳ ଭୋର ୫ଟା ୩୦ମି.ରୁ ପାରାଦ୍ୱୀପରୁ ଏହି ଟ୍ରେନ ଯାତ୍ରାରମ୍ଭ କରି ଭାୟା ଯାଜପୁର-କେନ୍ଦୁଝରରୋଡ ଦେଇ ପୂର୍ବାହ୍ନ ୧୧ଟା ୨୫ମି.ରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚିବା ପରେ ଅପରାହ୍ନ ୪.୩୦ମି.ରେ କେନ୍ଦୁଝରରୁ ବାହାରି ପାରାଦ୍ୱୀପ ଅଭିମୁଖେ ଯାତ୍ରା କରିଥିବା ଜଣାପଡ଼ିଛି। ସେହିଭଳି ବହୁ ପ୍ରତୀକ୍ଷିତ ପୁରୀ-ଆନନ୍ଦବିହାର ଭାୟା କେନ୍ଦୁଝରଗଡ଼ ସାପ୍ତାହିକୀ ଯାତ୍ରୀବାହୀ ଟ୍ରେନ ଆସନ୍ତାକାଲି ଅର୍ଥାତ୍‌‌ ଶନିବାର ଭୋର ୪ଟା ୧୫ମି.ରେ ପୁରୀରୁ ବାହାରି ପୂର୍ବାହ୍ନ ୧୦ଟାରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚି ୧୦ଟା ୧୦ମି.ରେ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବ। ରବିବାର ଅପରାହ୍ନ ୧ଟା ୧୦ମି.ରେ ଆନନ୍ଦ ବିହାରଠାରେ ପହଞ୍ଚିବା ପରେ ସେହିଦିନ ସନ୍ଧ୍ୟା ୫ଟା ୨୦ମି.ରେ ଆନନ୍ଦବିହାରରୁ ପୁରୀ ଅଭିମୁଖେ ଯାତ୍ରାରମ୍ଭ କରି ସୋମବାର ସନ୍ଧ୍ୟା ୫ଟାରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚି ୫ଟା ୧୦ମି.ରେ ବାହାରି ରାତି ୧୧ଟା ୫୫ମି.ରେ ପୁରୀରେ ପହଞ୍ଚିବା ନେଇ କାର୍ଯ୍ୟସୂଚୀ ପ୍ରକାଶ ପାଇଥିବା ରେଳ ବିଭାଗ ପକ୍ଷରୁ କୁହାଯାଇଛି। କେନ୍ଦୁଝର ଦେଇ ଏହି ଦୁଇ ନୂତନ ଯାତ୍ରୀବାହୀ ଟ୍ରେନ ଚଳାଚଳ ପରେ ଆଉ ଏକ ନୂତନ ସାପ୍ତାହିକୀ ଟ୍ରେନ ଚଳାଚଳ ଆରମ୍ଭ ନେଇ ରେଳ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରିନ୍‌ସିପାଲ୍‌ ଚିଫ୍‌‌ ଅପରେସନ ମ୍ୟାନେଜର ଭୁବନେଶ୍ୱରଙ୍କ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ରେଳ ବୋର୍ଡ ପିଇଡି(କୋଚିଂ)କୁ ଗତ ୭ ତାରିଖରେ ଲେଖାଯାଇଥିବା ଚିଠି ଅନୁଯାୟୀ ପୁରୀ-ଦର୍ଶନନଗର ଭାୟା କେନ୍ଦୁଝରଗଡ଼ ଦେଇ ଆଉ ଏକ ସାପ୍ତାହିକୀ ଟ୍ରେନ ଚଳାଚଳ ନେଇ ସମୟସାରଣୀ ସହ ଅନୁମତି ଲୋଡ଼ାଯାଇଛି। ଅନୁମତି ଲୋଡାଯାଇଥିବା ସମୟ ସାରଣୀ ଅନୁଯାୟୀ ଏହି ସାପ୍ତାହିକୀ ଟ୍ରେନ ପୁରୀରୁ ମଙ୍ଗଳବାର ଅପରାହ୍ନ ୨.୧୫ମି.ରେ ଯାତ୍ରାରମ୍ଭ କରି ସନ୍ଧ୍ୟା ୭.୦୫ମି.ରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚି ୭.୧୦ମି.ରେ ଦର୍ଶନନଗର ଅଭିମୁଖେ ବାହାରି ବୁଧବାର ଅପରାହ୍ନ ୩.୫୦ମି.ରେ ପହଞ୍ଚିବ। ବୁଧବାର୬.୫୦ମି.ରେ ଦର୍ଶନନଗରରୁ ବାହାରି ଗୁରୁବାର ଅପରାହ୍ନ ୪.୦୫ମି.ରେ କେନ୍ଦୁଝରଗଡ଼ ଷ୍ଟେସନରେ ପହଞ୍ଚି ୪.୧୦ମି.ରେ କେନ୍ଦୁଝରଗଡ଼ ଷ୍ଟେସନର ବାହାରି ରାତି ୧୦.୩୦ମି.ରେ ପୁରୀରେ ପହଞ୍ଚିବ ବୋଲି ଉଲ୍ଲେଖ ରହିଛି। ତେବେ ଖୁବଶୀଘ୍ର ପୁରୀ-ଦର୍ଶନନଗର ଭାୟା କେନ୍ଦୁଝରଗଡ଼ ସାପ୍ତାହିକୀ ଟ୍ରେନ ମଧ୍ୟ ଚଳାଚଳ ଆରମ୍ଭ କରିବ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories