www.samajalive.in
Monday, December 8, 2025
24.1 C
Bhubaneswar

ବିଭିନ୍ନ ସମସ୍ୟା ନେଇ ତହସିଲଦାର ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ମୁଖୀଗୁଡା : ଜୟପାଟଣା ପଞ୍ଚାୟତ ସମିତି ସଭ୍ୟା ରଶ୍ମିତା ଦୁରୀଆଙ୍କ ନେତୃତ୍ୱରେ ଜୟପାଟଣା ପଞ୍ଚାୟତର ବିଭିନ୍ନ ସମସ୍ୟାକୁ ନେଇ ଏକ ଶୋଭାଯାତ୍ରା ଯାଦବ ଭବନ ନିକଟରୁ ବାହାରିଥିଲା। ମୁଖମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜୟପାଟଣା ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିବା ପରେ ବ୍ଲକ କାର୍ୟ୍ୟାଳୟ ସମ୍ମୁଖରେ ଏକ ସଭା ଅନୁଷ୍ଠିତ ପରେ ଏବିଡ଼ିଓଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି।ଏଥିରେ ପ୍ରକାଶ ଦୁରିଆଙ୍କ ସମେତ ଅଞ୍ଚଳରେ ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ।
। ନୂତନ ରାସନ କାର୍ଡ ପ୍ରଦାନ ତଥା ପୁରୁଣା ରେସନ କାର୍ଡରେ ନୂତନ ସଦସ୍ୟକୁ ଅନ୍ତର୍ଭୁକ୍ତ କରାଯିବା। ସରକାରୀ ଜମିରେ ବସବାସ କରୁଥିବା ଜମିହୀନ ହିତାଧିକାରୀଙ୍କୁ ସ୍ଥାୟୀ ପଟ୍ଟା ,ଶୌଚାଳୟ, ପାନୀୟ ଜଳ ଯୋଗାଣ, ବିପିଏଲ ହିତାଧିକାରୀଙ୍କୁ ମାଗଣା ବିଦ୍ୟୁତ ସଂଯୋଗ ସହ କୁଟୀର ଜ୍ୟୋତି ବିଦ୍ୟୁତ ଉପଭୋକ୍ତାଙ୍କ ବକେୟା ବିଲ ଛାଡ଼। ଜୟପାଟଣା ହସ୍ପିଟାଲରେ ଖାଲି ପଡିଥିବା ବିଶେଷଜ୍ଞ ଡାକ୍ତର ଓ ପଦବୀର ପୂରଣ, ଇନ୍ଦ୍ରାବତୀ ଯୁକ୍ତ ଦୁଇ ମହାବିଦ୍ୟାଳୟକୁ ଜି. ଆଇ.ଏ -୧୯୯୪ ପ୍ରଦାନ ।ଆବାସ ଯୋଜନାରୁ ବାଦ ପଡିଥିବା ହିତାଧିକାରୀ ମାନଙ୍କୁ ଶୀଘ୍ର ଆବାସ ଯୋଗାଇ ଦେବା ଆଦି ଦାବି ଦାବିପତ୍ରରେ ଉଲ୍ଲେଖ ରହିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ସମିତି ସଭ୍ୟା ଶ୍ରୀମତୀ ଦୁରିଆ କହିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories