www.samajalive.in
Monday, December 8, 2025
13.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦେଶର ସର୍ବପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟନେଲ ଉଦଘାଟିତ

କଲକାତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କଲକାତାର ହାୱଡାରେ ଦେଶର ସର୍ବପ୍ରଥମ ଅଣ୍ଡରୱାଟର ମେଟ୍ରୋ ଟନେଲର ଲୋକାର୍ପଣ କରିଛନ୍ତି। ହୁଗୁଳି ନଦୀରେ ୧୬.୬ କିମିର ଯାତ୍ରା କରିବ ଏହି ମେଟ୍ରୋ ଟ୍ରେନ୍‌‌। ସ୍କୁଲ ପିଲାଙ୍କ ସହ ଅଣ୍ଡରୱାଟର ମେଟ୍ରୋରେ ବସି ପ୍ରଧାନମନ୍ତ୍ରୀ ଯାତ୍ରା କରିଛନ୍ତି। ହାୱଡାରେ ଦେଶର ଏହା ପ୍ରଥମ ଅଣ୍ଡର-ୱାଟର ମେଟ୍ରୋ ପ୍ରକଳ୍ପ। ହୁଗୁଳି ନଦୀ ଭିତରେ ଦେଇ ଏହି ମେଟ୍ରୋ ଟ୍ରେନ୍‌‌ରେ ୫୨୦ ମିଟର ପାଣି ତଳେ ଯିବାକୁ ମାତ୍ର ୪୫ ସେକେଣ୍ଡ ଲାଗିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲକାତାରେ ୧୫,୪୦୦ କୋଟି ଟଙ୍କା ମୂଲ୍ୟର ଅନେକ ସଂଯୋଗ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ୬ଟି ମେଟ୍ରୋ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ସହିତ ଭାରତରେ ନଦୀ ତଳେ ପ୍ରଥମ ଟନେଲ ମଧ୍ୟ ଟ୍ରାଫିକ୍ ପାଇଁ ଖୋଲାଯିବ।

କ’ଣ ଏହାର ବିଶେଷତ୍ୱ..
ହାୱଡା ମଇଦାନ ଏବଂ ଏସପ୍ଲାନେଡ ମଧ୍ୟରେ ଥିବା ଟନେଲର ମୋଟ ଲମ୍ବ ୪.୮ କିଲୋମିଟର।
୧.୨ କିଲୋମିଟର ଟନେଲ୍ ହୁଗୁଳି ନଦୀଠାରୁ ୩୦ ମିଟର ତଳେ ଅବସ୍ଥିତ, ଯାହାକି ପ୍ରମୁଖ ନଦୀ ତଳେ ଦେଶର ପ୍ରଥମ ପରିବହନ ଟନେଲ୍ ଅଟେ।
ଏହା ବ୍ୟତୀତ ହୁଗୁଳି ନଦୀ ତଳେ ଥିବା ହାୱଡା ମେଟ୍ରୋ ଷ୍ଟେସନ୍ ମଧ୍ୟ ଦେଶର ଗଭୀରତମ ଷ୍ଟେସନ ହେବ।
ଏହି ଟନେଲ୍ ପୂର୍ବ-ପଶ୍ଚିମ ମେଟ୍ରୋ କରିଡର ପ୍ରକଳ୍ପର ଏକ ଅଂଶ ।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories