www.samajalive.in
Sunday, December 7, 2025
18.1 C
Bhubaneswar

ଆର୍ଥିକ ସମସ୍ୟା ଯୋଗୁଁ ନିଜ ସୁନ୍ଦର ସହରକୁ ବିକିଦେଲେ ମିଶର ସରକାର

ନୂଆଦିଲ୍ଲୀ : ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ମିଶର ସରକାରଙ୍କୁ ଗୋଟେ ଗୋଟେ କରି ନିଜ ସହରକୁ ବିକିବାକୁ ପଡୁଛି ।  ମିଶର ରାଷ୍ଟ୍ରପତି ଅବ୍ଦେଲ ଫତହ ଅଲ୍ ସିସି ଦେଶର ପ୍ରମୁଖ ସହର ବା ଦେଶର ସ୍ବର୍ଗ କୁହାଯାଉଥିବା ସହର ‘ରାସ୍ ଅଲ୍ ହିକମା’କୁ ବିକି ଦେଇଛନ୍ତି ।

ମିଶରର ଏହି ଐତିହାସିକ ସହରକୁ ୟୁଏଇ ୩୫ ଅରବ ଡଲାର ଖର୍ଚ୍ଚ କରି କ୍ରୟ କରିଛି । ରାସ ଅଲ୍ ହିକମା ସମୁଦ୍ର କୂଳରେ ସ୍ଥିତ ଏକ ସୁନ୍ଦର ସହର । ଆର୍ଥିକ ସମସ୍ୟା ଯୋଗୁଁ ମିଶର ଏହି ସହରକୁ ବିକିବାକୁ ବାଧ୍ୟ ହୋଇଛି । ଏହି ସ୍ଥାନକୁ ବିଶ୍ବର କୋଣ ଅନୁକୋଣରୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି ।

- Advertisement -

ସୂଚନା ଅନୁସାରେ ଏହାକୁ କିଣିବା ପରେ ୟୁଏଇ ଏଠାରେ ଅନେକ ପ୍ରକାର ପ୍ରକଳ୍ପ ପାଇଁ ଖୁବ୍ ଶୀଘ୍ର କାମ ଆରମ୍ଭ କରିବ । ୟୁଏଇ ପ୍ରାୟ ୧୫୦ ଅରବ ଡଲାର ନିବେଶ ପାଇଁ ଯୋଜନା କରିଛି । ଏହି ମେଗା ପ୍ରକଳ୍ପରେ ମିଶରର ମଧ୍ୟ ୩୫ ପ୍ରତିଶତ ଭାଗିଦାରୀ ରହିବ । ଯଦି ଏହା ସଫଳ ହେବ ତେବେ ମିଶରର ଇତିହାସରେ ଏହା ସବୁଠାରୁ ବଡ ବିଦେଶୀ ନିବେଶ ହେବ ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories