www.samajalive.in
Saturday, December 6, 2025
26.1 C
Bhubaneswar

ଶେହବାଜ ଶରିଫ୍ ୨ୟ ଥର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ, ସୋମବାର ଶପଥ ଗ୍ରହଣ

ଇସ୍‌ଲାମାବାଦ: ଶେହବାଜ ଶରିଫ୍ ପୁଣି ଥରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ନବ ନିର୍ବାଚିତ ସଂସଦରେ ଆବଶ୍ୟକ ବହୁମତ ହାସଲ କରିବା ପରେ ଶେହବାଜ ଶରିଫ୍ ଦ୍ୱିତୀୟ ଥର ପାଇଁ ମେଣ୍ଟ ସରକାରର ନେତୃତ୍ୱ ନେବାକୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ। ରବିବାର ଭୋଟିଂ ପରେ ସେ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ। ପାକିସ୍ତାନ ମୁସଲିମ ଲିଗ୍-ନୱାଜ(ପିଏମଏଲ-ଏନ) ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ସର୍ବସମ୍ମତିକ୍ରମେ ପ୍ରାର୍ଥୀ ହୋଇଥିବା ୭୨ ବର୍ଷୀୟ ଶେହବାଜ ୩୩୬ ସଦସ୍ୟ ବିଶିଷ୍ଟ ଗୃହରେ ୨୦୧ ଭୋଟ୍ ପାଇଛନ୍ତି। ଶେହବାଜ ସୋମବାର ରାଷ୍ଟ୍ରପତି ଭବନ ଏୱାନ-ଏ-ସଦ୍ରରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଶେହବାଜଙ୍କ ପ୍ରତିଦ୍ୱନ୍ଦ୍ୱୀ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ୍-ଏ-ଇନସାଫର ଓମାର ଆୟୁବ ଖାନ ୯୨ ଭୋଟ୍ ପାଇଛନ୍ତି।

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories