ଆର୍ଥିକ ସମସ୍ୟା ଯୋଗୁଁ ନିଜ ସୁନ୍ଦର ସହରକୁ ବିକିଦେଲେ ମିଶର ସରକାର
ନୂଆଦିଲ୍ଲୀ : ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ମିଶର ସରକାରଙ୍କୁ ଗୋଟେ ଗୋଟେ କରି ନିଜ ସହରକୁ ବିକିବାକୁ ପଡୁଛି । ମିଶର ରାଷ୍ଟ୍ରପତି ଅବ୍ଦେଲ ଫତହ ଅଲ୍ ସିସି ଦେଶର ପ୍ରମୁଖ ସହର ବା ଦେଶର ସ୍ବର୍ଗ କୁହାଯାଉଥିବା ସହର ‘ରାସ୍ ଅଲ୍ ହିକମା’କୁ ବିକି ଦେଇଛନ୍ତି ।
ମିଶରର ଏହି ଐତିହାସିକ ସହରକୁ ୟୁଏଇ ୩୫ ଅରବ ଡଲାର ଖର୍ଚ୍ଚ କରି କ୍ରୟ କରିଛି । ରାସ ଅଲ୍ ହିକମା ସମୁଦ୍ର କୂଳରେ ସ୍ଥିତ ଏକ ସୁନ୍ଦର ସହର । ଆର୍ଥିକ ସମସ୍ୟା ଯୋଗୁଁ ମିଶର ଏହି ସହରକୁ ବିକିବାକୁ ବାଧ୍ୟ ହୋଇଛି । ଏହି ସ୍ଥାନକୁ ବିଶ୍ବର କୋଣ ଅନୁକୋଣରୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି ।
ସୂଚନା ଅନୁସାରେ ଏହାକୁ କିଣିବା ପରେ ୟୁଏଇ ଏଠାରେ ଅନେକ ପ୍ରକାର ପ୍ରକଳ୍ପ ପାଇଁ ଖୁବ୍ ଶୀଘ୍ର କାମ ଆରମ୍ଭ କରିବ । ୟୁଏଇ ପ୍ରାୟ ୧୫୦ ଅରବ ଡଲାର ନିବେଶ ପାଇଁ ଯୋଜନା କରିଛି । ଏହି ମେଗା ପ୍ରକଳ୍ପରେ ମିଶରର ମଧ୍ୟ ୩୫ ପ୍ରତିଶତ ଭାଗିଦାରୀ ରହିବ । ଯଦି ଏହା ସଫଳ ହେବ ତେବେ ମିଶରର ଇତିହାସରେ ଏହା ସବୁଠାରୁ ବଡ ବିଦେଶୀ ନିବେଶ ହେବ ।
Comments are closed.