ଡେସ୍କ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ପ୍ରାୟ ୯୭.୬୨ ପ୍ରତିଶତ ନୋଟ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଫେରିଆସିଛି ଏବଂ ପ୍ରତ୍ୟାହାର ହୋଇଥିବା ନୋଟର ମାତ୍ର ୮ ହଜାର ୪୭୦ କୋଟି ଟଙ୍କାର ନୋଟ୍ ଏବେ ବି ଜନସାଧାରଣଙ୍କ ପାଖରେ ରହିଛି। ୨୦୨୩ ମେ ୧୯ରେ ଆରବିଆଇ ୨୦୦୦ ଟଙ୍କିଆ ନୋଟକୁ ପ୍ରଚଳନରୁ ହଟାଇବାକୁ ଘୋଷଣା କରିଥିଲା।
ଏଠି ମୃତ୍ୟୁ ପରେ ପିଲାମାନେ ପାଲଟିଯା’ନ୍ତି ଗଛ? ରହସ୍ୟ ଜାଣି ହେବେ ଆଶ୍ଚର୍ଯ୍ୟ
ରିଜର୍ଭ ବ୍ୟାଙ୍କ ସୂଚନା ଅନୁଯାୟୀ, ୨୦୨୩ ମେ ୧୯ରେ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର ଘୋଷଣା ହେବା ବେଳକୁ ପ୍ରଚଳନରେ ଥିବା ୨,୦୦୦ ଟଙ୍କିଆ ନୋଟର ମୋଟ ମୂଲ୍ୟ ୩.୫୬ ଲକ୍ଷ କୋଟି ଟଙ୍କା ଥିଲା। ୨୦୨୪ ଫେବ୍ରୁଆରି ୨୯ ଶେଷ ସୁଦ୍ଧା ଏହା ୮ ହଜାର ୪୭୦ କୋଟି ଟଙ୍କାକୁ ଖସି ଆସିଛି।
ତେଣୁ ୨୦୨୩ ମେ’ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୬୨ ପ୍ରତିଶତ ଫେରାଇ ଦିଆଯାଇଛି। ରିଜର୍ଭ ବ୍ୟାଙ୍କ ଆହୁରି ମଧ୍ୟ କହିଛି ଯେ ୨୦୦୦ ଟଙ୍କିଆ ନୋଟ୍ ଏବେ ବି ବୈଧ ରହିଛି।



